fbpx

ଏହି ଟ୍ୱିଟର ୟୁଜର ଜାଣିଥିଲେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି ପ୍ରାର୍ଥୀ, ପୂର୍ବରୁ ହୋଇଛି ଅନେକ ଭବିଷ୍ୟବାଣୀ ସତ

ନୂଆଦିଲ୍ଲୀ: ଅନେକ ସମୟରେ ଭବିଷ୍ୟବାଣକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ । ଆଉ ଏପରି ଭବିଷ୍ୟବାଣୀ କରୁଥିବା ଲୋକେ ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ଏହିଭଳି ଜଣେ ଟ୍ୱିଟର ୟୁଜରଙ୍କୁ ନେଇ ଚର୍ଚ୍ଚା ହେଉଛି । କାରଣ  ସେ ଯେଉଁ ଭବିଷ୍ୟବାଣୀ କରୁଛନ୍ତି ତାହା ସତ ହେବାରେ ଲାଗିଛି । ଆଉ ଏବେ ସେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଭବିଷ୍ୟବାଣୀ କରି ଚର୍ଚ୍ଚାକୁ ଆସିଛନ୍ତି ।

ଏହି ଟ୍ୱିଟର ୟୁଜରଙ୍କୁ ଆଧୁନିକ ଯୁଗର ନଷ୍ଟ୍ରାଡାମସ୍(ପଞ୍ଚଦଶ ଶତାବ୍ଦୀର ଜଣେ ପ୍ରସିଦ୍ଧ ଜ୍ୟୋତିଷ) ବୋଲି କୁହାଯାଉଛି । କାରଣ ସେ କରିଥିବା ଏପର୍ଯ୍ୟନ୍ତ ସବୁ ଭବିଷ୍ୟବାଣୀ ସତ ହୋଇଛି । ପ୍ରକୃତରେ ବିଜେପି ପୂର୍ବରୁ ଟ୍ୱିଟର ୟୁୁଜର ନିତିକ୍ଷ ଶ୍ରୀବାସ୍ତବ ଜୁନ୍ ୯ ରେ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି କହିଥିଳେ । ଏହି ଟ୍ୱିଟରେ ପର ଠାରୁ ନିତିକ୍ଷ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏହା ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ ମଧ୍ୟ ହୋଇଛି ।

ନିତିକ୍ଷ ନୀରଜ ଚୋପ୍ରାଙ୍କ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ୭ ଅଗଷ୍ଟ ୨୦୧୮ରେ ସେ ଭବିଷ୍ୟବାଣୀ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ନୀରଜ ଚୋପ୍ରା ଅଲିମ୍ପିକ୍ ଜିତିବେ । ଆଉ ଏବେ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ କରିଥିବା ଭବିଷ୍ୟବାଣୀ ସତ ହେବାରେ ପରେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ଏବେ ତାଙ୍କର ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।

ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ୨୦୧୬ ରେ ଏକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ୨୦୧୭ ରେ ଆଗାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୋଇପାରନ୍ତି ।

Get real time updates directly on you device, subscribe now.