fbpx

ଆଫଗାନିସ୍ତାନରେ ବଢ଼ିଲା ଭୂକମ୍ପର ଧ୍ୱଂସଲୀଳା: ଉଡ଼ିଗଲା ୯୫୦ ଜଣଙ୍କ ପ୍ରାଣବାୟୁ, ୬୦୦ ଜଣ ମରଣ ସହ ଲଢ଼ୁଛନ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂକମ୍ପର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବରେ ଶହ ଶହ ଲୋକ ମୃତ୍ୟୁବରଣ କରିବା ସହ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୂକମ୍ପର ଝଟକା ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଥିଲା । ତେବେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ ବୋଲି ଜିୟୋଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।

ତେବେ ପୂର୍ବରୁ ଭୂକମ୍ପରେ ୧୫୫ ଜଣ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ପାଖାପାଖି ଛଅ ଗୁଣ ବଢ଼ି ଯାଇଛି । ସଦ୍ୟ ରିପୋର୍ଟ ମୁତାବକ, ଆଫଗାନିସ୍ତାନରେ ଭୂକମ୍ପ ମୃତ୍ୟୁସଂଖ୍ୟା ୯୫୦ରେ ପହଞ୍ଚିଥିବା ବେଳେ ୬୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ଡେପୁଟି ମିନିଷ୍ଟର ମୌଲବୀ ଶରଫୁଦ୍ଦିନ ଏନେଇ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପର ସର୍ବାଧିକ ତୀବ୍ରତା ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ରିକ୍ଟର ସ୍କେଲରେ ୭.୦ ବା ତା’ଠାରୁ ଅଧିକ ତୀବ୍ରତାକୁ ଭୂକମ୍ପର ସାମାନ୍ୟ ବିପଜ୍ଜନକ ବୋଲି ଧରାଯାଇଥାଏ । ତେବେ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ଭୂକମ୍ପ କମ୍ ତୀବ୍ରତା ବିଶିଷ୍ଟ ଥିଲା ବୋଲି କୁହାଯାଉଛି । ଭୂକମ୍ପର ଝଟକା ପାକିସ୍ତାନର ଇସଲାମାବାଦ ସମେତ କିଛି ସହରରେ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.