fbpx
BJD SKY
BJD SKY

video: ପ୍ରେମିକର ନିର୍ବନ୍ଧ ଖବର ପାଇ ପ୍ରେମିକ ଘର ଆଗରେ ଧାରଣା ଦେଲେ ପ୍ରେମିକା

BJD

ପାରାଦୀପ(ଓଡ଼ିଶା ଭାସ୍କର): ପ୍ରେମିକର ନିର୍ବନ୍ଧ ଖବର ପାଇ ତାଙ୍କ ଘର ସମ୍ମୁଖରେ ଧାରଣା ଦେଇଛି ପ୍ରେମିକା । ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଲେ। ହେଲେ ଏବେ ଅନ୍ୟ ଜଣକୁ ବାହା ହେଉଛନ୍ତି। ପ୍ରେମିକର ନିର୍ବନ୍ଧ ଖବର ପାଇ ରାତି ଚାରିଟାରୁ ପ୍ରେମିକା ଧାଇଁ ଆସିଥିଲା ପ୍ରେମିକ ଘରକୁ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପୀଆକୁଦ ପଞ୍ଚାୟତର ନୂଆ ବାଲିସାହି ଗ୍ରାମରେ। ନୂଆ ବାଲିସାହି ଗ୍ରାମର ଜୀବନ ମହାରଣା ଜଣେ ଯୁବତୀକୁ ତିନିବର୍ଷ ଧରି ଭଲ ପାଉଥିଲା। ଏହା ସହିତ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହିତ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନେଉଥିଲା।

ଆଜି ନିର୍ବନ୍ଧ ହେଉଥିବା ଖବର ପ୍ରେମିକାକୁ ଦେବା ସହିତ ଘରକୁ ଆସି କିଛି ସମାଧାନ କରିବାକୁ ପ୍ରେମିକାକୁ ଡାକିଥିଲା ପ୍ରେମିକ। ନିର୍ବନ୍ଧ କଥା ଶୁଣି ପ୍ରେମିକା ବନ୍ଧବାଡ଼ ମାନି ନ ଥିଲା। ରାତି ଚାରିଟା ରେ ପ୍ରେମିକ ଘର ସମ୍ମୁଖରେ ପହଁଞ୍ଚିବା ପରେ ପ୍ରେମିକର ପରିବାରର ଆକ୍ରୋଶର ଶିକାର ହେବା ପରେ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ। ଯାହାକୁ ନେଇ ନ୍ୟାୟ ଦାବିକରି ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିରହିଛି ପ୍ରେମିକା।

ତେବେ ଯୁବତୀଟି ନିଚ ଜାତିର ହୋଇଥିବାରୁ ପରିବାର ଲୋକେ “ଜୀବନ’କୁ ଏଥିରୁ ନିବୃତ ରହିବା ସହିତ ଅନ୍ୟତ୍ର ବିବାହ କରିବାକୁ ବୁଝାଇଥିଲେ । ଯାହାକୁ ନେଇ ଆଜି ନିର୍ବନ୍ଧ ସ୍ଥିର ହୋଇଥିବା ବେଳେ ଯୁବତୀ ସକାଳୁ ପ୍ରେମିକର ଘର ଆଗରେ ଧାରଣାରେ ବସି ଥିଲେ। ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରିବା ସହ ପ୍ରେମିକ “ଜୀବନ’କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି।

 

Get real time updates directly on you device, subscribe now.