fbpx

ରଶ୍ମିରେଖାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍; ତିନି ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନ ଯେତେ ଗଡୁଛି, ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୂସାରେ ରଶ୍ମିରେଖା ୩ ମାସର ଗର୍ଭବତୀ ଥିବା କଥା କୁହାଯାଇଛି। ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଆଉ ଏ ଖବର ଜଣାପଡ଼ିବା ପରେ ପୋଲିସକୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍ ୨ଟି ଟିମ୍ ଗଠନ କରିଛି।

ଗତ ଶନିବାର ରଶ୍ମିରେଖାଙ୍କ ମୃତ୍ୟ ହୋଇଥିବାବେଳେ ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା। ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ। ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଯଦି ରଶ୍ମି ରେଖା ଗର୍ଭବତି ଥିଲେ, ସେ କାହିଁକି ଜୀବନ ହାରିଲେ। ବ୍ୟବଛେଦ ରିପଟରେ ରଶ୍ମୀରେଖା ଗର୍ବବତୀ କଥା ଉଲେଖ ଥିବା ବେଳେ, ପୋଲିସ କହୁଛି ୪୫ ଦିନ ହେଲା ସନ୍ତୋଷ ଆଉ ରଶ୍ମିରେଖା ଉଭୟଙ୍କ କୋର୍ଟ ମ୍ୟାରେଜ୍ ହୋଇଥିଲା।

ତେବେ ଏକଥାରୁ ଷ୍ପଷ୍ଟ ଜଣା ପଡୁଛିକି ରଶ୍ମିରେଖା ବାହା ହେବା ପୂର୍ବରୁ ଗର୍ବବତୀ ଥିଲେ। ଆଉ ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍ ଧରିଥିଲେ ବିଧିମତେ ବାହା ହେବାକୁ। ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ। ବୋଧ ହୁଏ ଏମିତି କିଛି କାରଣ ପାଇଁ, ଅଭିନେତ୍ରୀ ରଶ୍ମିରେଖା ଜୀବନ ହାରିଥିବା କଥା ପୋଲିସ ସନ୍ଧେହ କରୁଛି ।

 

 

 

 

Get real time updates directly on you device, subscribe now.