fbpx

ଭରାନଦୀରେ ବୁଡି ଯାଉଥିଲେ ଯୁବକ: ଜୀବନ ବଞ୍ଚାଇଲା NDRF ଟିମ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବନ୍ୟା ଯୋଗୁଁ ବଢୁଥିବା ନଦୀପାଣିରେ ଜଣେ ବ୍ୟକ୍ତି ବୁଡିଯାଉଥିବାର ଏବେ ସାମନାକୁ ଆସିଛି । ଏନଡିଆରଏଫ ଟିମ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳତା ପାଇଛି । ତେବେ ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କରିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏନଡିଆରଏଫର ବୀର ଯବାନମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କାମରୂପ ଜିଲ୍ଲାରେ । ବନ୍ୟା ପୀଡିତାଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିବା ପାଇଁ ଯାଉଥିବା ସମୟରେ ଏହି ବ୍ୟକ୍ତିଙ୍କୁ ଦେଖିଥିଲେ ଏନଡିଆରଏଫ ଯବାନ । ବ୍ୟକ୍ତି ଜଣକ ନଦୀପାଣିରେ ବୁଡିଯାଉଥିବାର ଦେଖି ତାଙ୍କୁ ବଞ୍ଚାଇବା ପାଇଁ ସେମାନେ ଅପରେସନ ଆରମ୍ଭ କରିଥିଲେ । ନିଜ ଡଙ୍ଗାକୁ ବ୍ୟକ୍ତିଙ୍କ ନିକଟକୁ ନେଇ ତାଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ । ଇସଲାମାପୁରର ବାଲାପାରେ ଗ୍ରାମର ଫିରୋଜ ଅଲୀ ନଦୀପାଣି ସ୍ରୋତରେ ପଡିଯାଇଥିଲେ । ଏହାପରେ ଏନଡିଆରଏଫ ଟିମ ତାଙ୍କ ନିକଟକୁ ଡଙ୍ଗା ନେବା ସହ ଦଉଡି ଦ୍ୱରା ଫିରୋଜକୁ ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର ପରେ ତାଙ୍କୁ ଘରେ ପହଞ୍ଚାଇଛନ୍ତି ଏନଡିଆରଏଫ ଟିମ ।

ନଦୀର ପ୍ରଖର ସ୍ରୋତରେ ନିଜକୁ ବଞ୍ଚାଇବା କଷ୍ଟକର ଥିଲା ବୋଲି କହିଛନ୍ତି ଫିରୋଜ । ପାଣିରୁ ଜୀବନ୍ତ ଭାବେ ଗରକୁ ଫେରିବାର ଆଶା ଛାଡି ଦେଇଥିଲେ ବୋଲି ଫିରୋଜ ପ୍ରକାଶ କରିଛନ୍ତି । ତେବେ ଉଚିତ ସମୟରେ ଏନଡିଆରଏଫ ଟିମ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବାରୁ ଏନଡିଆରଏଫ ଟିମକୁ ଧନ୍ୟବାଦ ଦେଇଛନ୍ତି ଫିରୋଜ । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଉଦ୍ଧାରକାରୀ ଦଳକୁ ପ୍ରଶାଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.