fbpx

ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯୁବକ, ଦେଖନ୍ତୁ ଲୋମ ଟାଙ୍କୁରା Video

ମୁମ୍ବାଇ: ଆଜିକାଲି ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ଖୁବ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ ଜଣେ ୧୮ ବର୍ଷୀୟ ଯୁବକ ଖସିପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଯୁବକ ଜଣକ ଟ୍ରେନର ଦ୍ୱାରରେ ଝୁଲନ୍ତା ଅବସ୍ଥାରେ ଯାଉଥିଲେ । କିନ୍ତୁ ଏହି ସମୟରେ ଏକ ପୋଲ ସହ ଧକ୍କା ହେବାରୁ ସେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ । ଫଳରେ ଯୁବକଙ୍କ ହାଡ଼ ଭାଙ୍ଗିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୂଚନା ମୁତାବକ, ଆହତ ହୋଇଥିବା ଯୁବକଙ୍କ ନାଁ ଦାନିଶ ଖାନ୍ । ସେ କଲୱାରେ ନିଜ ମା’, ବଡ଼ ଭଉଣୀ ଓ ଛୋଟ ଭାଇଙ୍କ ସହ ରୁହନ୍ତି । ସେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁରୁବାର ଦିନ କାମକୁ ନେଇ ଦାଦ୍ରା ଯାଉଥିଲେ ।

ଭିଡିଓରେ ଦାନିଶ ଅନ୍ୟ ଲୋକମାନଙ୍କ ସହ ଫୁଟବୋର୍ଡରେ ଝୁଲି ଲୋକାଲ ଟ୍ରେନରେ ଯାତ୍ରା କରୁଥିଲେ । ଟ୍ରେନରେ ଲୋକ ଭର୍ତ୍ତି ଥିବାରୁ ସେ ବାଧ୍ୟ ହୋଇ ଝୁଲାନ୍ତ ଅବସ୍ଥାରେ ଯାଉଥିଲେ । କିନ୍ତୁ ଅଚାନକ୍ ପୋଲ ସହ ଧକ୍କା ହେବାରୁ ସେ ତଳକୁ ଖସିପଡ଼ିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.