fbpx

ପ୍ରଥମ ରଣଜୀ ଟ୍ରଫି ଜିତି ଇତିହାସ ରଚିଲା ମଧ୍ୟପ୍ରଦେଶ: ୪୧ ଥର ବିଜେତା ମୁମ୍ବାଇକୁ ଦେଲା ମାତ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ମୁଣ୍ଡରେ ସାଜିଛି ଚଳିତ ରଣଜୀ ଟ୍ରଫି ଫାଇନାଲର ଚମ୍ପିଆନ ମୁକୁଟ । ଏହି ଟୁର୍ଣ୍ଣାମେଣ୍ଟରେ ୪୧ ଥର ବାଜି ମାରିଥିବା ମୁମ୍ବାଇକୁ ମାତ ଦେଇ ଇତିହାସ ରଚିଛି ମଧ୍ୟପ୍ରଦେଶ । ଫାଇନାଲରେ ମ୍ୟାଚରେ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଏବଂ ଟ୍ରଫି ଉପରେ ଦଳ କବଜା କରିଛି । ତେବେ ପ୍ରଥମ ଥର ପାଇଁ ଏହି ଉପଲବ୍ଧି ପାଇଁ ହାସଲ କରିଛି ମଧ୍ୟ ପ୍ରଦେଶ ।

Image

ଆଶା ଅନୁସାରେ ପ୍ରଥମରୁ ହିଁ ଟଳମଳ ହୋଇଥିଲା ମୁମ୍ବାଇ ନାଆ । ଶେଷ ଦିନରେ ଦଳ ମୋଟ ୮ଟି ୱିକେଟ ହରାଇ ଦେବାରୁ ମାତ୍ର ୨୬୯ ରନରେ ଅଟକି ଯାଇଥିଲା । ଦ୍ୱିତୀୟ ପାଳିରେ ସୁବେଦ ପାରକର ସବୁଠୁ ଅଧିକ ୫୧ ରନ କରିଥିବା ବେଳେ ସରଫରାଜ ଖାନ ୪୫ ଏବଂ ଅଧିନାୟକ ପୃଥ୍ୱୀ ଶ’୪୪ ରନର ପାଳି ଖେଳିଥିଲେ । ଅନ୍ୟ ପକ୍ଷରେ ମଧ୍ୟପ୍ରଦେଶ ତରଫରୁ କୁମାର କା୍ତର୍ତିକେୟଙ୍କ ନାଁରେ ରହିଛି ସର୍ବାଧିକ ୪ଟି ୱିକେଟ । ତେବେ ମୁମ୍ବାଇର ଏହି ଛୋଟ ଲକ୍ଷ୍ୟକୁ ସହଜରେ ଜିତି ନେଇଛି ମଧ୍ୟପ୍ରଦେଶ । ହିମାଂଶୁ ଶର୍ମା ଦଳ ତରଫରୁ ସର୍ବାଧିକ ୩୭ ରନ କରିଛନ୍ତି । ସେହିପରି ଶୁଭମ ଶର୍ମା ଏବଂ ରଜତ ପଟିଦାରଙ୍କ କାତାରେ ୩୦ ରନ ଲେଖାଏ ଯୋଡି ହୋଇଛି । ଶେେରେ ଏହି ମ୍ୟାଚକୁ ୬ ୱିକେଟରେ ଜିତି ଚମ୍ପିଆନର ମୁକୁଟ ପିନ୍ଧିଛି ମଧ୍ୟପ୍ରଦେଶ ।

ତେବେ ଫାଇନାଲ ମ୍ୟାଚର ଦ୍ୱିତୀୟ ପାଳିରେ ମୁମ୍ବାଇ ପକ୍ଷରୁ ଶାମ୍ସ ମୁଲାନୀ ସର୍ବାଧିକ ୩ ଟି ୱିକେଟ ଶିକାର କରିଥିବା ବେଳେ ଧୱଲ କୁଲକର୍ଣ୍ଣୀ ୟଶଦୁବେଙ୍କୁ ପାଭିଲିୟନ ପଠାଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୩ ଜଣ ବୋଲର ୱିକେଟ ଖାତା ଶୂନ ରହିଛି । ଏଥି ସହ ମୁମ୍ବାଇ ୪୨ତମ ଟ୍ରଫିର ସ୍ୱପ୍ନ ଅଧାରେ ରହିଯାଇଛି । ମୁମ୍ବାଇକୁ ହରାଇ ପ୍ରଥମ ଟ୍ରଫି ହାସଲ କରିଛି ମଧ୍ୟ ପ୍ରଦେଶ ।

Get real time updates directly on you device, subscribe now.