ଇଏ ପୋଲିସ ନା ଗୁଣ୍ଡା, ସାମାନ୍ୟ କଥାକୁ ନେଇ ଜଣେ ଲୋକ ଉପରକୁ ଗୁଳି ଚଳାଇଲେ SI, ଦେଖନ୍ତୁ Video

ନୂଆଦିଲ୍ଲୀ: ଦିନକୁ ଦିନ ପୋଲିସର ବର୍ବରତା ବଢ଼ିବାରେ ଲାଗିଛି । ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ତ ଦୂରର କଥା, ସେମାନଙ୍କ ଉପରକୁ କଥା କଥାକେ ଗୁଳି ଚଳାଇ ଦେଉଛି ପୋଲିସ । ତେବେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି ପଞ୍ଜାବରେ । ପଞ୍ଜାବ ପୋଲିସ ଜଣେ ସାଧାରଣ ଜନତାଙ୍କ ଉପରକୁ ଗୁଳି ଚଳାଇ ଚର୍ଚ୍ଚାକୁ ଆସିଛି । ଏହି ଘଟଣାର ଭିଡିଓ ଏେବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ସୂଚନା ମୁତାବକ, ଡେରା ବସିର ହାଇବାତପୁର ରୋଡ଼ରେ ରବିବାର ରାତିରେ ଏହି ଘଟଣାଟି ଘଟିଥିଲା । ଏହି ସମୟରେ ସେଠାରେ ଦାୟିତ୍ୱରେ ଏସଆଇ ବଲବିନ୍ଦର ସିଂହ ଡ୍ୟୁଟିରେ ଥିଲେ । ତେବେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସ ଚେକିଂ କରିଥିଲା । ପୋଲିସ ମହିଳାଙ୍କ ବ୍ୟାଗ ଚେକିଂ କରିବାରୁ ଯୁବକ, ଯୁବତୀ ବିରକ୍ତ ହୋଇଥିଲେ । ଏହାପରେ ପୋଲିସ ଓ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ତେବେ ଏହି ଘଟଣାରେ ଏସଆଇ ମାନସିକ ସନ୍ତୁଳନ ହରାଇ ଯୁବକଙ୍କ ଗୋଡ଼କୁ ଗୁଳି କରିଥିଲେ । ଏହି ଘଟଣା ପରେ ଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏସଆଇ ମଦ୍ୟପାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ପାଇଁ ଏକ ତିନିଜଣିଆ ଟିମ୍ ଗଠନ କରାଯାଇଛି । ତେବେ ଘଟଣାର ତଦନ୍ତ ଜାରି ରହିଛି, ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏସପି କହିଛନ୍ତି ।