fbpx

(Video) ବାହାଘରରେ ଭଉଣୀକୁ ଭାଇର ନିଆରା ଉପହାର, ଦେଲେ ଏମିତି ଗିଫ୍ଟ…

ନୂଆଦିଲ୍ଳୀ: କୁହାଯାଏ ଝିଅମାନେ ବାପାଙ୍କର ବେଶି ଗେହ୍ଲା ହୋଇଥାନ୍ତି । ଝିଅମାନେ ନିଜ ବାପାଙ୍କୁ ଅଧିକ ଭଲପାଇଥାନ୍ତି, ସବୁ କଥା କହିଥାନ୍ତି । ଏମିତିରେ ଯଦି ସେହି ବାପାହିଁ ଝିଅଙ୍କୁ ଛାଡ଼ିଚାଲିଯାଆନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ । ସବୁ ବାପାଙ୍କର ମଧ୍ୟ ଆଶାଥାଏ ନିଜ ଝିଅର ବିବାହ ନିଶ୍ଚୟ ଦେଖିବେ, କିନ୍ତୁ ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ସତରେ ପରିବାରର ସୁଖ ମିଳିବା ଏକ ଅପୂର୍ବ ଆନନ୍ଦକର କଥା ।

ଏବେ ଏହିଭଳି ପରିବାର ପ୍ରେମର ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଝିଅର ବାହାଘରରେ ଉପସ୍ଥିତ ରହିଲେ ସ୍ୱର୍ଗତ ବାପା । ପ୍ରକୃତରେ ଜଣେ ଭାଇ ନିଜ ଭଉଣୀଙ୍କ ବିବାହ ଦିନ ମହମରେ ତିଆରି ବାପାଙ୍କର ଏକ ପ୍ରତିମୂର୍ତ୍ତି ଗିଫ୍ଟ କରିଥିଲେ ଯାହାକୁ ଦେଖି କାନ୍ଦି ପକାଇଥିଲେ ସେ । ଖାଲି ସେ ନୁହେଁ ପୂରା ପରିବାର ସେଠାରେ ଭାବବିହ୍ୱଳ ହୋଇପଡ଼ିଥିଲେ ।

ଭିଡିଓରେ ଦେଖାଯାଉଛି ଯେ ଭଉଣୀର ବିବାହରେ ଯେତେବେଳେ କନ୍ୟା ବେଶରେ ସେ ମଣ୍ଡପକୁ ଆସୁଛନ୍ତି । ତାଙ୍କ ଭାଇ ସ୍ୱଗର୍ତ ବାପାଙ୍କର ଏକ ମହମ ତିଆରି ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ମଣ୍ଡପକୁ ନେଇ ଆସୁଛନ୍ତି । ଆଉ ନିଜ ସ୍ୱର୍ଗତ ବାପାଙ୍କୁ ପାଖରେ ପାଇ ଭାବବିହ୍ୱଳ ହୋଇପଡ଼ିଥିଲେ କନ୍ୟାଜଣକ । ଖାଲି ସେ ନୁହେଁ ପରିବାରର ସମସ୍ତଙ୍କ ଆଖିରେ ଆସିଯାଇଥିଲା ଲୁହ । ତେବେ ଏହାପରେ ମଣ୍ଡପରେ ମୂର୍ତ୍ତିକୁ ରଖାଯାଇଥିଲା ଏବଂ ସଂପୂର୍ଣ୍ଣ ବିବାହ ସେହି ପ୍ରତିମୂର୍ତ୍ତି ସାମ୍ନାରେ ହିଁ ହୋଇଥିଲା । ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ୱାରଙ୍ଗଲରେ ।

ସେପଟେ ଏହି ଭିଡିଓକୁ ଦେଖି ସୋସିଆଲ ମଡିଆରେ ଅନେକ ୟୁଜର୍ସ ସେମାନଙ୍କର କମେଣ୍ଟ ଦେଉଛନ୍ତି ଏବଂ ଭଊଣୀ ପ୍ରତି ଭାଇର ଭଲପାଇବାକୁ ପ୍ରଶଂସା କରିବା ସହ ଏହି ନିଆରା ଉପହାରକୁ ନେଇ ଖୁସି ପ୍ରକାଶ କରୁଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.