ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ଆୟୋଜିତ ହେବ “ମେକ ଇନ ଓଡିଶା’ର ତୃତୀୟ ସଂସ୍କରଣ । ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଓଡିଶାରେ ଶିଳ୍ପୋଦ୍ୟୋଗ ପାଇଁ ୨୦୧୬ରୁ ଆରମ୍ଭ ହୋଇଥିବା “ମେକ ଇନ ଓଡିଶା’ ଚଳିତ ବର୍ଷ ତୃତୀୟ ସଂସ୍କରଣରେ ପାଦ ଥାପିଛି । ଏହାର ପ୍ରଥମ ସଂସ୍କରଣ ୨୦୧୬ରେ ଆୟୋଜିତ ହୋଇତିବା ବେଳେ ଦ୍ୱିତୀୟ ସଂସ୍କରଣ ୨୦୧୮ରେ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ଥର ଏହା ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ରାଜଧାନୀ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ସଂସ୍କରଣ ଭାବରେ ଚଳିତ ବର୍ଷ ଆୟୋଜନ ହେବାକୁ ଯାଉଛି ମେକ ଇନ ଓଡିଶା । ସେପଟେ ଦୁବାଇରୁ କିଛି ନାମୀ କମ୍ପାନୀ ଓଡିଶାରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତୁତ ହୋଇଛନ୍ତି । ମୋଟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଦୁବାଇ । ମେଟାଲ, ଖଣିଜ ସମ୍ପଦ ଏବଂ ହସ୍ପିଟାଲିଟି ରେ ଏହି ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ମିଳିଛି ।