fbpx

କାହିଁକି ଟ୍ରେନ ଉପରେ ଥାଏ ଏହି ଗୋଲ ଗୋଲ ପ୍ଲେଟ୍ ବା ଢ଼ାଙ୍କୁଣି? ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ଲାଇଫ ଲାଇନ ବୋଲି ବିବେଚନା କରାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଯେଉଁ ଟ୍ରେନରେ ଆପଣ ଯାତ୍ରା କରନ୍ତି, ତାହା ସହ ଜଡ଼ିତ ଅନେକ ରୋଚକ ତଥ୍ୟ ବିଷୟରେ ଅନେକ ଲୋକ ଜାଣିନାହାନ୍ତି । ତେବେ ଆପଣ ଟ୍ରେନ୍ ଉପରେ ଗୋଲ ଗୋଲ ଢ଼ାଙ୍କୁଣୀ ଥିବା ତ ଦେଖିଥିବେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ବାକ୍ସଗୁଡ଼ିକ କାହିଁକି ତିଆରି ହୁଏ? ଏହା ପରେ ଏହାର କାମ କ’ଣ? ଆସନ୍ତୁ ଜାଣିବା…

ରେଲୱେ ଅନୁସାରେ, ଏହି ଖାସ୍ ପ୍ରକାରର ପ୍ଲେଟ ବା ଗୋଲ ଗୋଲ ଢ଼ାଙ୍କୁଣିକୁ ଟ୍ରେନର କେଚ୍ର ଛାତ ଉପରେ ଲଗାଯାଏ । ଏହି ଖାସ୍ ଡିଜାଇନକୁ ରୁଫ୍ ଭେଣ୍ଟିଲେଟର କୁହାଯାଏ । ଟ୍ରେନର କୋଚରେ ଯେତେବେଳେ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୁଏ, ସେବେ ଆର୍ଦ୍ରତା ବା ଉତ୍ତାପ ବଢ଼ିଯାଏ । ଏହି ଗରମକୁ ବାହାର କରିବା ପାଇଁ ଟ୍ରେନର କୋଚରେ ଏହି ଖାସ୍ ସୁବିଧା କରାଯାଇଥାଏ । ଯଦି ଏପରି ନକରାଯାଏ, ତେବେ ଟ୍ରେନରେ ଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେବ । ଏହି ପ୍ଲେଟଗୁଡିକ ମାଧ୍ୟମରେ କୋଚ୍ ଭିତରେ ଥିବା ଗରମ ପବନ ମଧ୍ୟ ବାହାରିଯାଏ ଏବଂ ବର୍ଷା ଜଳ କୋଚ୍ ଭିତରକୁ ଆସେ ନାହିଁ ।

Get real time updates directly on you device, subscribe now.