fbpx

ପବିତ୍ର ରଥଯାତ୍ରାରେ ଗଜପତିଙ୍କ ଦ୍ୱାରା ଛେରାପହଁରା ସମାପନ

ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘଣ୍ଟଘଣ୍ଟା ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୁରି ଉଠିଛି ବଡ଼ଦାଣ୍ଡ। ଭକ୍ତଙ୍କ ମୁଖରୁ ଜୟ ଜଗନ୍ନାଥର ଧ୍ୱନିରେ ପ୍ରକମ୍ପିତ ହେଉଛି ଶରଧାବାଲି । ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଚାଲୁଛି । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେଉଛି।

ଚତୁର୍ଦ୍ଧା ମୁରତିଙ୍କର ପହଣ୍ଡି ବିଜେ ସମୟରେ ପୁରୀ ଗଜପତିଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ସମାପନ ହୋଇଛି । ସୁବର୍ଣ୍ଣ ପହଁରାରେ ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିବା ଦେଖିବାକୁ ମିଳିଛି । ଛେରାପହଁରା କାର୍ଯ୍ୟକ୍ରମ ପରେ ରୂପା ପାତ୍ରରେ ରହିଥିବା ଚନ୍ଦନ ପାଣି ପଡ଼ି ରଥକୁ ବିଜେ କରିଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଗଜପତି ଏହି ପାଣି ସିଞ୍ଚନ କରି ଶ୍ରୀଜିଓଙ୍କୁ ରଥ ମଧ୍ୟକୁ ସ୍ୱାଗତ କରାଉଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.