fbpx

କପିଲଙ୍କ ନାଁରେ ମାମଲା ରୁଜୁ: ବଡ ଅଡୁଆରେ ଫସି ପାରନ୍ତି କମେଡି କିଙ୍ଗ

ମୁମ୍ବାଇ: ଅଡୁଆରେ ପଡିପାରନ୍ତି ବଲିଉଡର କମେଡି କିଙ୍ଗ କପିଲ ଶର୍ମା । ନିଆରା ଷ୍ଟାଇଲରେ ଦର୍ଶକଙ୍କୁ ହସାଉଥିବା କମେଡି ବାଦଶାହ କପିଲ ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । କମେଡି ଜଗତର ଏହି ଷ୍ଟାର ଅଭିନେତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ କପିଲ ଏକ ବଡ ଅସୁବିଧାରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କିଛି ଦିନ ହେବ ନିଜ ଟିମ୍ ସହ କାନାଡ଼ାରେ ଅଛନ୍ତି କପିଲ । ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ କପିଲ ଏବେ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି । କପିଲଙ୍କ ନାଁରେ ରୁଜୁ କରାଯାଇଛି ଏକ ସଂଘାତିକ ମାମଲା । ଆମେରିକାର ଜଣେ ଜଣାଶୁଣା ପ୍ରଯୋଜକ ଅମିତ ଜେଟଲୀ କପିଲଙ୍କ ନାଁରେ ଚୁକ୍ତି ଭଙ୍ଗ ଅଭିଯୋଗରେ ମାମଲା ଦାୟର କରିଛନ୍ତି । ଅରୁଣଙ୍କ ଅଭିଯୋଗ ଅନୁଯାୟୀ, କପିଲ ଆମେରିକାର ୬ଟି ଜାଗାରେ ତାଙ୍କ ଶୋ’ ଦେଖାଇବାକୁ କଣ୍ଟ୍ରାକ୍ଟ ସାଇନ କରିଥିଲେ, ହେଲେ ସେ ୬ଟି ସ୍ଥାନ ବଦଳରେ ୫ଟି ସ୍ଥାନରେ ଶୋ’ କରିଥିଲେ ।

ତେବେ କପିଲ କରି ନଥିବା ସେହି ଗୋଟିଏ ଶୋ’ର କ୍ଷତିପୂରଣ ଦେବେ ବୋଲି ତାଙ୍କୁ କତା ଦେଇଥିଲେ ବୋଲି କହିଛନ୍ତି ଅରୁଣ । କିନ୍ତୁ ହେଲେ ପରେ ସେ ଏହା ବଦଳରେ କୌଣସି ଶୋ’ ପ୍ରଦର୍ଶନ କରି ନାହାନ୍ତିଁ । ସେପଟେ କୋର୍ଟଙ୍କ ଆଗରେ ଅନେକ ଥର ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କପିଲ କୌଣସି ପ୍ରତିକ୍ରିୟା ମଧ୍ୟ କରିନାହାନ୍ତି ବୋଲି ଅମିତ ଅଭିଯୋଗ କରିଛନ୍ତି ।

ଏହା ପରେ ଏହି ମାମଲା ଏବେ ନ୍ୟୁୟର୍କ କୋର୍ଟରେ ବିଚାରଧୀନ ଅଛି ସୂଚନା ଦେଇଛନ୍ତି ଅରୁଣ ଜେଟଲୀ । ତେବେ କପିଲ୍ ଆଇନ୍ କାନୁନ୍ ଛନ୍ଦରେ ଛନ୍ଦିହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଆଇନ କାନୁନର ସାମ୍ନା କରିଛନ୍ତି । ଏପରିକି ଜିଏସଟି ଠକେଇ ମାମଲାରେ ମଧ୍ୟ ଫସି ସାରିଛନ୍ତି କମେଡି କିଙ୍ଗ କପିଲ ଶର୍ମା ।

Get real time updates directly on you device, subscribe now.