fbpx

ରାଜ୍ୟର ୫ଟି ମହାନଗର ନିଗମରେ ନିଯୁକ୍ତି ପାଇବେ ସିଟି ଏଜୁକେସନ ଅଫିସର: ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଗର ନିଗମ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟର ୫ଟି ମହାନଗର ନିଗମରେ ସିଟି ଏଜୁକେଶନ ଅଫିସର (ସିଇଓ) ନିଯୁକ୍ତି ପାଇବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଗଞ୍ଜାମ ଓ ସମ୍ବଲପୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ତେବେ ଜଣାପଡ଼ିଛି ଯେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ପରି ୫ଟି ମହାନଗର ନିଗମରେ ସିଇଓମାନଙ୍କୁ ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ଜିଲ୍ଲାପାଳ ସମ୍ପୃକ୍ତ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ)ଙ୍କୁ ଏହି ସିଇଓ ପଦରେ ନିଯୁକ୍ତି ଦେବେ । ତେବେ ଏଡିଇଓମାନେ ନିଜର ମୁଖ୍ୟ ଦାୟିତ୍ୱ ତୁଲାଇବା ସହ ଅତିରିକ୍ତ ଭାବେ ସିଇଓ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଅନ୍ୟପକ୍ଷରେ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ପାଇଁ କୌଣସି ଘୋଷଣା କରାଯାଇ ନଥିଲା । ଗତ ୨୦୧୩ରେ ରାଜ୍ୟ ସରକାର ଏହି ଦୁଇ ନୂଆ ମହାନଗର ନିଗମ ସଂପର୍କରେ ଘୋଷଣା କରିଥିଲେ ।

Get real time updates directly on you device, subscribe now.