fbpx

ପୋଲିସ ହାତରେ ବ୍ରାଉନ ସୁଗାରର କିଙ୍ଗ ପିନ: ଜବତ ହେଲା ବ୍ରାଉନ ସୁଗାର

ବାଲେଶ୍ୱର: ଏବେ ନିଶା କବଳରେ ଫସିଯାଉଛନ୍ତି ରାଜ୍ୟର ଅନେକ ଯୁବପୀଢୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏହି ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ବ୍ରାଉନସୁଗାର ବେପାରୀଙ୍କ ଆତଙ୍କ ଦେଖିବାକୁ ମିଳିଛି ଜଳେଶ୍ୱର ଅଞ୍ଚଳରେ ।

ଏବେ ନିଶାର ହବ୍ ପାଲଟିଛି ଜଳେଶ୍ୱର । ଏହାରି ଭିତରେ ଜଳେଶ୍ୱର ପୋଲିସକୁ ମିଳିଛି ଏକ ବଡ ସଫଳତା । ବ୍ରାଉନ ସୁଗାର କିଙ୍ଗ ପିନ ତୈରୁଦ୍ଦିନ ସହିତ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଜଳେଶ୍ୱର ପୋଲିସ ଆଜି ସକାଳୁ ତୈରୁଦ୍ଦିନ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ସମୟରେ ପ୍ରାୟ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ତୈରୁଦ୍ଦିନ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ବାଂଲାଦେଶ , ଦୁବାଇ ,ପଶ୍ଚିମବଙ୍ଗ ସହିତ ଅନ୍ତରାଜ୍ୟ ଡ୍ରଗ୍ସ କାରବାର ତଥା ଓଡିଶାକୁ ବ୍ରାଉନ ସୁଗାର ପ୍ରବେଶ କରାଇବା କ୍ଷେତ୍ରରେ ଅନ୍ୟତମ କିଙ୍ଗପିନ୍ ସାଜିଥିଲା ତୈରୁଦ୍ଦିନ । ଗିରଫ ସହଯୋଗୀଙ୍କ ମଧ୍ୟରୁ ଜଣେ ତୈରୁଦ୍ଦିନର ଭାଇ ଥିବା ସୂଚନା ଦେଇଛି ପୋଲିସ ।

Get real time updates directly on you device, subscribe now.