fbpx

ଏଭଳି ଆତ୍ମବିଶ୍ୱାସକୁ ସଲାମ୍, ଦୁଇ ହାତ ହରାଇଥିଲେବି ଗୋଡ଼ରେ ଦେଲେ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛିବି କରିବା ଅସମ୍ଭବ । ଆଉ ଏହି କଥା ପ୍ରମାଣ କରିଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର । ପିଲାଦିନେ ନିଜର ଦୁଇ ହାତ ହରାଇଥିଲେ ବି ଆତ୍ମବିଶ୍ୱାସ ଆଉ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆଗକୁ ବଢ଼ିଚାଲିଛନ୍ତି । ଏହିଭଳି ଜଣେ ଛାତ୍ରଙ୍କ କାହାଣୀ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଆଉ ତାଙ୍କର କାହାଣୀ ଶୁଣିଲେ ଆପଣ ମଧ୍ୟ ନିଶ୍ଚୟ ପ୍ରଶଂସା କରିବେ ।

ବିହାର ମୁଙ୍ଗେର ଜିଲ୍ଲାର ଦିବ୍ୟାଙ୍ଗ ଛାତ୍ର ନନ୍ଦଲାଲଙ୍କୁ ନେଇ ଏବେ ଚର୍ଚ୍ଚା । ପିଲାଦିନେ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିଲେ । ହାଇ ଭୋଲ୍ଟେଜ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ଦୁଇ ହାତ ନଷ୍ଟ ହୋଇଯାଇଥିଲା । କିନ୍ତୁ ଏହାସତ୍ତେ୍ୱ ବି ସେ ନିଜର ଆତ୍ମବିଶ୍ୱାସ ଭାଙ୍ଗିବାକୁ ଦେଇନଥିଲେ ଏବଂ ନିଜ ଗୋଡ଼ ସାହଯ୍ୟରେ ପାଠପଢ଼ା ଜାରି ରଖିଥିଲେ । ଅନେକ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ମାଟ୍ରିକ୍ ରେ ପ୍ରଥମ, ସାଇନ୍ସରେ ଯୁକ୍ତ ୨ରେ ପ୍ରଥମ ପାସ୍୍ କରିଥିଲେ, ଏବେ ନିକଟରେ ଯୁକ୍ତ ୩ ପରୀକ୍ଷା ମଧ୍ୟ ଦେଇଛନ୍ତି । ସେ ଭବିଷ୍ୟତରେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଦେଶ ସେବା କରିବାକୁ ଚାହୁଛନ୍ତି । ତାଙ୍କର ଏପରି ଆତ୍ମବିଶ୍ୱାସ ଏବଂ ପରିଶ୍ରମର ସମସ୍ତେ ପ୍ରଶଂସା କରୁଛନ୍ତି ।

ସୂଚନା ଅନୂଯାୟୀ, ନନ୍ଦଲାଲ ହବେଲୀ ଖଡ଼ଗପୁର ନଗର ଅଞ୍ଚଳର ସନ୍ତ ଟୋଲାରେ ରହୁଛନ୍ତି । ଅଜୟ କୁମାର ଏବଂ ତାଙ୍କ ପତ୍ନୀ ବେବୀ ଦେବୀଙ୍କ ଘରେ ଜନ୍ମ ନେଇଥିବା ନନ୍ଦଲାଲ ପିଲାଦିନେ ନିଜର ହାତ ହରାଇଥିଲେ । ସେ ଜଣେ ମେଧାବୀ ଛାତ୍ର ୨୦୧୯ରେ ବିଜ୍ଞାନରେ ଉଚ୍ଚଶିକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ । ତାଙ୍କର ଉତ୍ସାହ ଦେଖି ତକ୍ରାଳୀନ ଏସଡିଓ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଦେଇଥିଲେ ।

ଆଉ ଏତେସବୁ ସେ କେବଳ ତାଙ୍କର ଗୋଡ଼ ସାହଯ୍ୟରେ ପାଇଛନ୍ତି । ତେବେ ନନ୍ଦଲାଲ କୁହନ୍ତି ଯେ ତାଙ୍କ ଜେଜେବାପା ତାଙ୍କୁ ଆତ୍ମବିଶ୍ୱାସ ଦେଇଥିଲେ ଏବଂ ଗୋଡ଼ରେ ଲେଖିବା ଶିଖାଇଥିଲେ । ସେ ଆହୁରି କହିଛନ୍ତି ମୋର ଲକ୍ଷ୍ୟ ବିଏଡ କରିବାର ଅଛି, ଆଇଏଏସ ହେବାର ଅଛି ।

Get real time updates directly on you device, subscribe now.