ଭାରତରେ ଲଞ୍ଚ ହେଲା ଶସ୍ତା ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯାଇପାରିବେ ୧୦୦ କିମି, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଇଲେକ୍ଟ୍ରିକ୍ ବାହନର ଚାହିଦା ବଢ଼ୁଥିବା ବେଳେ । ଏହାକୁ ଦୃଷ୍ଟିରେ ରଖି ଅନେକ ଇଲ୍ଟ୍ରେକିକ୍ ବାହନ ନିର୍ମାତା ନୂଆ ନୂଆ ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଲଞ୍ଚ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ବଜାରରେ ଇଲେକ୍ଟ୍ରିକ୍ ଟୁ ହ୍ୱିଲରରେ ଅଧିକାଂଶ  କେବଳ ଇଲେକ୍ଟ୍ରିକ୍ ସ୍କୁଟି ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଇଲେକ୍ଟ୍ରିକ୍ ବାଇକ୍ ମଧ୍ୟ ବଜାରକୁ ଆସିବାକୁ ଯାଉଛି ।

AtuMobile ନାମକ ଏକ ନୂଆ ଇଲେକ୍ଟ୍ରିକ୍ ବାହନ ନିର୍ମାତା ବ୍ରାଣ୍ଡ୍ ଭାରତରେ ଏହାର ଇଲେକ୍ଟ୍ରିକ୍ ବାଇକ୍ AtumVader ଲଞ୍ଚ କରିଛି । ଏହାର ଲୁକ୍ ରେସିଙ୍ଗ୍ ବାଇକ୍ ପରି ରହିଛି । କମ୍ପାନୀ ତରଫରୁ କୁହାଯାଇଛି ଯେ ଇଲେକ୍ଟ୍ରିକ୍ ବାଇକ୍ କୁ ଥରେ ଚାର୍ଜ କଲେ ଏହା ୧୦୦ କିମି ପର୍ଯ୍ୟନ୍ତ ଯାଇପାରିବ । ବାଇକର ଟପ୍ ସ୍ପିଡ୍ ୬୫ Kmph ରହିଛି । ବାଇକ୍ ରେ 2.4 kWh ର ବ୍ୟାଟେରୀ ପ୍ୟାକ୍ ରହିଛି । ଏହି ଇ-ବାଇକ୍ ଏକ  ଟ୍ୟୁବୁଲାର ଚେସିସ୍ ଦ୍ୱାରା ନିର୍ମିତ ଏବଂ ଏଥିରେ ୧୪ ଲିଟରର ବୁଟ୍ ସ୍ପେସ୍ ମଧ୍ୟ ରହିଛି । ବାଇକ୍ ରେ ଏଲଇଡି ସ୍କ୍ରିନ୍ ଏବଂ ଟେଲ୍ ଲ୍ୟାମ୍ପ୍ ମଧ୍ୟ ରହିଛି ।

ଏଟୁମୋବାଇଲର ସଂସ୍ଥାପକ ବାମସୀ ଜୀ କୃଷ୍ଣା କହିଛନ୍ତି ଯେ ଭାରତୀୟ ସଡ଼କ ତଥା ଲୋକଙ୍କ ସୁବିଧାକୁ ଦେଖି ଡିଜାଇନ ପ୍ରସ୍ତୁତ କରାଯାଇଛି । ନୂଆ AtumVader ବାଇକର ନିର୍ମାଣ କମ୍ପାନୀ ତେଲଙ୍ଗାନାରେ Patancheru ଫେସିଲିଟିରେ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଫେସିଲିଟିରେ ପ୍ରତିବର୍ଷ ୩ ଲକ୍ଷ ଇଲେକ୍ଟ୍ରିକ୍ ବାଇକ୍ ଉତ୍ପାଦନ ଟାର୍ଗେଟ୍ ରହିଛି ।

ବାଇକକୁ ୯୯,୯୯୯ ଟଙ୍କରେ ଲଞ୍ଚ କରାଯାଇଛି । ତେବେ କମ୍ପାନୀ ତରଫରୁ କୁହାଯାଇଛି ଏହି ଦାମ୍ କେବଳ ପ୍ରଥମ ୧୦୦୦ ଗ୍ରାହକଙ୍କ ପାଇଁ ରହିଛି । କମ୍ପାନୀର ୱେବସାଇଟ୍ କୁ ଯାଇ ୯୯୯ ଟଙ୍କା ଦେଇ ଏହାର ପ୍ରିବୁକିଂ କରିହେବ । ବାଇକ୍ ରେଡ୍, ହ୍ୱାଇଟ୍, ବ୍ଲୁ, ବ୍ଲାକ୍ ଏବଂ ଗ୍ରେ ୫ କଲରରେ ଦେଖିବାକୁ ମିଳିବ ।

ଏଟମଭେଡର ଇ-ବାଇକ ବ୍ରାଣ୍ଡ୍ ଦ୍ୱାରା ଲଞ୍ଚ କରାଯାଇଥିବା ପ୍ରଥମ ବାଇକ୍ ନୁହେଁ । କମ୍ପାନୀ ଅକ୍ଟୋବର ୨୦୨୦ ରେ ଏଟମ ୧.୦ ଲଞ୍ଚ କରିଥିଲା । ଏହି ବ୍ରାଣ୍ଡ୍ ଏପର୍ଯ୍ୟନ୍ତ ପ୍ରାୟ ୧୦୦୦ ୟୁନିଟ୍ ବିକ୍ରି କରିବାରେ ସଫଳ ହୋଇଛି । ଏଟମ ୧.୦ ଲୋ ସ୍ପିଡ୍ ଇଲେକ୍ଟ୍ରିକ୍ ବାଇକ୍ ଥିଲା, ଏଟମଭେଡର ଇ-ବାଇକ୍ ଏକ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ବାଇକ୍ ଅଟେ ।