fbpx

ରାଜ୍ୟରେ ଖାଲିପଡ଼ିଛି ୨.୨୬ ଲକ୍ଷ ପଦବି, ଆଉ ଏକ ନିର୍ବାଚନକୁ ଅପେକ୍ଷା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବିଭାଗରେ ଶତାଧିକ ପଦବୀ ଖାଲି ପଡିଥିବା ଅନେକ ବାର ଖବର ଆସିଥାଏ। କୋଣସି ନିର୍ବାଚନ ପାଖେଇ ଆସିଲେ ସରକାର ନିଯୁକ୍ତି ପାଇଁ ଏତେ ବିଜ୍ଞପ୍ତି ବାହାର କରନ୍ତି ଯେ, ଆବେଦନକାରୀ ମଧ୍ୟ ଦ୍ୱନ୍ଦରେ ପଡିଯାଇଥାନ୍ତି, କି କେଉଁ ପଦବୀ ପାଇଁ ଆବେଦନ କରିବେ।

ଗତ ପଞ୍ଚାୟତ ନିର୍ବାଚନ ପୁର୍ବରୁ ମଧ୍ୟ ରାଜ୍ୟ ସରକାର ଶିକ୍ଷକଠାରୁ ଆରମ୍ଭ କରି ବିଭୀନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଥିଲେ। ଏହାବାଦ୍ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲିଥିବା ପଦବି ଗୁଡ଼ିକୁ ପୁରଣ କରିବାରେ ବିଫଳ ହୋଇଛନ୍ତି।

୨୦୨୧ – ୨୨ ଆର୍ଥିକ ବର୍ଷ (୨୦୨୧ ଡିସେମ୍ବର ସୁଦ୍ଧା) ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି ‘ଗ୍ରୁପ୍-ଏ’ରେ ୧୨ ହଜାର ୩୩୭,‘ ଗ୍ରୁପ୍‌-ବି’ରେ ୪୫ ହଜାର ଗ୍ରୁପ୍-ସି’ରେ ୧ ଲକ୍ଷ ୧୩ ହଜାର ୫୩୬, ‘ଗ୍ରୁପ୍-ଡି’ରେ ୩୫ ହଜାର ୯୮ ଓ ଗ୍ରାଣ୍ଟ – ଇନ୍ – ଏଡ୍‌ରେ ୧୯ ହଜାର ୬୧୯ ପଦ ଖାଲି ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସବୁଠାରୁ ଅଧିକ ୬୧ ହଜାର ୮୩୬, ସ୍ବାସ୍ଥ୍ୟ ବିଭାଗରେ ୩୬ ହଜାର ୪୫, ଗୃହ ବିଭାଗରେ ୨୬ ହଜାର ୭୯୫, ରାଜସ୍ବ ବିଭାଗରେ ୧୨ ହଜାର ୭୬୧, ଉଚ୍ଚଶିକ୍ଷା ବିଭାଗରେ ୧୧ ହଜାର ୫୨୨ ପଦ ଖାଲି ରହିଛି।

ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର‌୍ୟ୍ୟକାରୀ ହେବା ପରଠାରୁ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ୫୧୩ଟି ମୂଳ ପଦବୀ ଉଚ୍ଛେଦ ହୋଇଛି। ଠିକା ଭିତ୍ତିରେ ସେବା ଯୋଗାଣ ସଂସ୍ଥା ଜରିଆରେ ଏବଂ ଅବସରପ୍ରାପ୍ତଙ୍କୁ କେତେ ସଂଖ୍ୟାରେ ନିଯୁକ୍ତି ଦିଆଯାଇଛି ସେନେଇ ସମ୍ପୃକ୍ତ ବିଭାଗ ପାଖରେ ତଥ୍ୟ ଥିବ ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି।

Get real time updates directly on you device, subscribe now.