fbpx

ରେଳ ଷ୍ଟେସନରୁ ହ୍ରାସ ପାଇବ ସମସ୍ତ ଅପରାଧିକ କାର୍ଯ୍ୟ: ଓଡ଼ିଶାର ୧୫ଟି ଷ୍ଟେସନରେ କାର୍ଯ୍ୟ କରିବ Video Surveillance

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୫ଟି ରେଳ ଷ୍ଟେସନରେ ଲାଗିବ ସିସିଟିଭି ସର୍ଭେଲାନ୍ସ । ପୂର୍ବତଟ ରେଳପଥ ଅଧିନରେ ଥିବା ଏହି ଷ୍ଟେସନଗୁଡ଼ିକରେ ସର୍ଭେଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅନ୍ୟପକ୍ଷରେ ଦେଶର ମୋଟ ୭୫୬ଟି ରେଳ ଷ୍ଟେସନକୁ ଭିଡିଓ ସର୍ଭେଲାନ୍ସ ପ୍ରକଳ୍ପରେ ସାମିଲ କରାଯିବ । ତେବେ ଓଡ଼ିଶାରୁ ୧୫ଟି ପ୍ରମୁଖ ରେଳ ଷ୍ଟେସନ ସ୍ଥାନ ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଯାଜପୁର, କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ଭଦ୍ରକ, ଅନୁଗୁଳ, ବ୍ରହ୍ମପୁର, ଢେଙ୍କାନାଳ, ରାୟଗଡ଼ା, ପଲାସା, ଜଗଦଲପୁର, ଶ୍ରୀକାକୁଲମ୍ ରୋଡ଼ ଓ ବିଜୟନଗରମ୍ ଷ୍ଟେସନରେ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା କରାଯିବ । ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲା ରେଳ ଷ୍ଟେସନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି ।

ତେବେ ଏହି ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇଛି । ଆସନ୍ତା ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇଣ୍ଟରନେଟ୍ ପ୍ରୋଟୋକଲ ଆଧାରିତ ଏହି ପ୍ରୋଜେକ୍ଟ ମାଧ୍ୟମରେ ଷ୍ଟେସନମାନଙ୍କର ଗହଳି ସ୍ଥାନ ଉପରେ ସିସିଟିଭି ନଜର ରଖିବ । ପ୍ରବେଶ, ପ୍ରସ୍ଥାନ, ଟିକେଟ କାଉଣ୍ଟର, ଫୁଟ୍ ଓଭର ବ୍ରିଜ, ପାର୍ସଲ କାର୍ଯ୍ୟାଳୟ ଆଦି ସ୍ଥାନଗୁଡ଼ିକରେ ସିସିଟିଭି ଲାଗିବ । ସିସିଟିଭି ପରିଚାଳନା ପାଇଁ ଏକ କଣ୍ଟ୍ରୋଲ ରୁମ୍ ରହିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳ ବ୍ୟବହାର ପରି ପେଷାଦାର ଅପରାଧୀଙ୍କୁ ପୋଲିସ ସହଜରେ ଧରିପାରିବ ।

Get real time updates directly on you device, subscribe now.