fbpx
BSKY
BJD MC SKY
BJD MS SKY

Loan ନେବା ହେଇପାରେ ମହଙ୍ଗା, ପୁଣି ଋଣହାର ବଢ଼ାଇଲା HDFC ବ୍ୟାଙ୍କ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆରବିଆଇର ରେପୋ ରେଟ୍ ରେ ବୃଦ୍ଧି କରିବା ପରେ ବିଭିନ୍ନ ବ୍ୟାଙ୍କ୍ ସୁଧ ଦରରେ ବୃଦ୍ଧି କରିବା ସହ ଲୋନ୍ ମହଙ୍ଗା ହୋଇଛି । ଏବେ ଏହି ତାଲିକାରେ ଏକ ବଡ଼ ବ୍ୟାଙ୍କ୍ ନାମ ଯୋଡ଼ି ହୋଇଛି । ପ୍ରକୃତରେ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ୍ ଏଚଡିଏଫସି ବ୍ୟାଙ୍କ୍ ନିଜର ଗ୍ରାହକଙ୍କୁ ଝଟକା ଦେଇଛି । ବ୍ୟାଙ୍କ ଭିନ୍ନ ଭିନ୍ନ ଅବଧିର ମାର୍ଜିନାଲ କଷ୍ଟ ବେସ୍ଡ ଲେଣ୍ଡିଂ ରେଟ୍ (ଏମସିଏଲଆର) ବା ଋଣଦରରେ ୨୦ ବେସିସ୍ ପଏଣ୍ଟ (୦.୨୦) ବୃଦ୍ଧି କରିଛି । ଫଳରେ ଏବେ ବ୍ୟାଙ୍କରୁ ଲୋନ୍ ନେବା ମହଙ୍ଗା ହେବ । ଏହି ନୂଆ ଋଣଦର ୭ ଜୁଲାଇ ୨୦୨୨ ଅର୍ଥାତ୍ ଆଜି ଠାରୁ ଲାଗୁ ହୋଇଛି ।

ବ୍ୟାଙ୍କ ୱେବସାଇଟ୍ ଅନୂଯାୟୀ, ଓଭରନାଇଟ୍ ଏମସିଏଲଆର ଦରକୁ ୨୦ ବେସିସ୍ ପଏଣ୍ଟ ବଢ଼ାଯାଇ ୭.୭୦ ପ୍ରତିଶତ କରାଯାଇଛି । ସେହିଭଳି ଏକ ମାସର ଅବଧି ଥିବା ଏମସିଏଲଆର ଦର ୭.୭୫ ପ୍ରତିଶତ କରାଯାଇଛି, ୩ ମାସର ଏମସିଏଲଆର ୭.୮୦ ପ୍ରତିଶତ ଏବଂ ୬ ମାସର ଅବଧି ଥିବା ଏମସିଏଲଆର ଦର ୭.୯୦ ପ୍ରତିଶତ କରିଦିଆଯାଇଛି । ସେହିଭଳି ଏକ ବର୍ଷର ଏମସିଏଲଆର ଦର ବଢ଼ାଯାଇ ୮.୦୫ ପ୍ରତିଶତ କରିଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ମାସରେ ଏଚଡିଏଫସି ବ୍ୟାଙ୍କ୍ ଏମସିଏଲଆର ଦରରେ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଏହି ଦରକୁ ୭ ଜୁନରେ ଲାଗୁ କରାଯାଇଥିଲା । ଏମସିଏଲଆରରେ ବୃଦ୍ଧି ଯୋଗୁଁ ଇଏମଆଇ ବଢ଼ିପାରେ । ଏମସିଏଲଆରରେ ବୃଦ୍ଧି ଯୋଗୁଁ ପର୍ସନାଲ ଲୋନ୍, କାର୍ ଲୋନ୍ ଏବଂ ହୋମ୍ ଲୋନ୍ ମଧ୍ୟ ମହଙ୍ଗା ହୋଇପାରେ ।

 

Get real time updates directly on you device, subscribe now.