fbpx
BSKY
BJD MC SKY
BJD MS SKY

ଫ୍ରିଜ୍ ହେଲା SBI ଗ୍ରାହକଙ୍କ ଆକାଉଣ୍ଟ, କରିନଥିଲେ ଏହି କାମ…

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । ବ୍ୟାଙ୍କ ଏହାର ଅନେକ ଗ୍ରାହକଙ୍କ ଖାତାକୁ ବନ୍ଦ କରିଛି । ବ୍ୟାଙ୍କ ସେହି ଆକାଉଣ୍ଟକୁ ଫ୍ରିଜ୍ କରିଛି, ଯେଉଁ ଆକାଉଣ୍ଟର କେୱାଇସି ପ୍ରକ୍ରିୟା ପୂରଣ ହୋଇନାହିଁ । ଯେଉଁମାନଙ୍କର ଖାତା ବନ୍ଦ ହୋଇଛି ସେମାନେ ବର୍ତ୍ତମାନ କୌଣସି ପ୍ରକାର ନେଣଦେଣ କରିପାରିବେ ନାହିଁ । ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଆକାଉଣ୍ଟ ବନ୍ଦ ହେବା ନେଇ ପୋଷ୍ଟ ମଧ୍ୟ କରୁଛନ୍ତି । ଅନେକ ଗ୍ରାହକ ବ୍ୟାଙ୍କ ଦ୍ୱାରା ଏନେଇ କୌଣସି ସୂଚନା ଦିଆଯାଇନଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ କହିବା ଅନୂଯାୟୀ, ଏନେଇ ଗ୍ରାହକଙ୍କୁ ସୂଚନା ଦିଆଯାଇଥିଲା । ସେମାନଙ୍କୁ ନିଜର କେୱାଇସି ଅପଡେଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିଛି ମିଡିଆ ରିପୋର୍ଟ ଅନୂଯାୟୀ, ଏସବିଆଇର ଲଗ୍ ଇନ୍ ପୋର୍ଟାଲରେ କେୱାଇସି ଅପଡେଟ୍ ଉପରେ ଗ୍ରାହକଙ୍କୁ କୌଣସି ସୂଚନା କିମ୍ବା ଆଲର୍ଟ ଶୋ’ କରୁନାହିଁ । ଏହାର ସୂଚନା ଗ୍ରାହକଙ୍କୁ ସେତେବେଳେ ମିଳୁଛି ଯେତେବେଳେ ଗ୍ରାହକ କୌଣସି ଏଟିଏମ୍ କିମ୍ବା ଅନଲାଇନ ନେଣ-ଦେଣ କରିବାକୁ ଯାଉଛନ୍ତି ।

ବିଭିନ୍ନ ସ୍ଥାନରେ ଜୁଲାଇଠାରୁ ବଦଳିଥିବା ନିୟମକୁ ନେଇ ଖବର ପ୍ରକାଶିତ ହୋଇଥିଲା । ଏଥିରେ ଆଧାର କାର୍ଡକୁ ପ୍ୟାନ୍ ସହ ଯୋଡ଼ିବାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କେୱାଇସି ପୂରା କରିବା ପାଇଁ ସୂଚନା ଦିଆଯାଇଥିଲା । ବଢ଼ୁଥିବା ଫ୍ରଡ୍ ଯୋଗୁଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନିୟମିତ ଭାବରେ କେୱାଇସି ଅପଡେଟ କରିବାର ପରାମର୍ଶ ଦେଇଛି । ବ୍ୟାଙ୍କ୍ ତରଫରୁ ପ୍ରଥମେ ୧୦ ବର୍ଷରେ କେୱାଇସି ଅପଡେଟ କରିବାକୁ ହେଉଥିଲା । କିନ୍ତୁ ଏବେ ଏହା ପ୍ରତି ୩ ବର୍ଷରେ ଥରେ ପ୍ରୋସେସ୍ କରାଯାଉଛି । ତେବେ ଏହି ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କ ଆକାଉଣ୍ଟର କେୱାଇସି ଅପଡେଟ୍ କରାଇ ଆକାଉଣ୍ଟଙ୍କୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ ।

Get real time updates directly on you device, subscribe now.