fbpx

ପର୍ଯ୍ୟଟନସ୍ଥଳୀରେ କଠୋର ନିୟମ, ବିକିନ୍ ପିନ୍ଧିଲେ ୪୦ ହଜାର ଜୋରିମାନା

ନୁଆଦିଲ୍ଲୀ: ଦୁନିଆର ଅନେକ ଏପରି ପର୍ଯ୍ୟଟନ ସ୍ଥଳୀ ଅଛି ଯେଉଁଠି ପର୍ଯ୍ୟଟକମାନେ ପ୍ରାୟତଃ ବିକିନ୍ ପିନ୍ଧି ଭ୍ରମଣ କରିଥାନ୍ତି। ଏପରି ଚିତ୍ର ସାଧାରଣତଃ ପାଶ୍ଚାତ୍ୟ ଦେଶର ସମୁଦ୍ର କୂଳ ମାନଙ୍କରେ ଦେଖିବାକୁ ମିଳିଥାଏ। ଏକ ଏପରି ଫେମସ୍ ପର୍ଯ୍ୟଟନ ସ୍ଥଳୀ ରହିଛି ଯେଉଁଠାରେ ବିକିନ୍ ପିନ୍ଧିବା ଉପରେ ରୋକ୍ ଲାଗିଛି। କେହି ଯଦି ଏହି ନିୟମକୁ ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ବଡ ରକମର ଜୋରିମାନା ଲାଗିପାରେ। ଜୋରିମାନା ୪୦ ହଜାରରୁ ଆରମ୍ଭ ହୋଇଥିବା ବେଳେ ଏହା ବଢିପାରେ ବୋଲି କୁହାଯାଇଛି।
ଇଟାଲିର ସମୁଦ୍ର ତଟିୟ ଅଞ୍ଚଳ ପମ୍ପେଇ ଏବଂ ନାପେଲରେ ଏହି ନୟମ ଲାଗୁ ହୋଇଛି। ଏନେଇ ସ୍ଥାନୀୟ ମେୟର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ମୁତାବକ ଯଦି କେହି ସଡ଼କରେ ବିକିନ୍ ପିନ୍ଧି ବୁଲନ୍ତି, ସାର୍ଟଲେସ୍ କିମ୍ବା କମ୍ କପଡ଼ା ପିନ୍ଧି ଅଙ୍ଗ ପ୍ରଦର୍ଶନ କରିବାର ନଜର ଆସିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ବାସ୍ତବରେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସେହି ଅଞ୍ଚଳମାନଙ୍କୁ ଆସୁଥିବା ପର୍ଯ୍ୟଟକମାନେ ଛୋଟ୍ କପଡ଼ା ପିନ୍ଧି ଅଶାଳିନ ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ଲୋକେ ଅସୁବିଧାର ସମ୍ମୁଖିନ ହେଉଁଛନ୍ତି ଏବଂ ସେମାନଙ୍କୁ ଅସହଜ ମନେ ହେଉଛି। ଏହି ଅଭିଯୋଗ ବିଷୟରେ ମେୟର ପ୍ରଥମେ ତର୍ଜମା କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ, ଏଠାକୁ ଆସୁଥିବା କେହି ପର୍ଯ୍ୟଟକ ଯଦି ଛୋଟ କପଡ଼ା ପିନ୍ଧନ୍ତି ଏବଂ ଅଶୋଭନୀୟ ବ୍ୟବହାର କରନ୍ତି ତେବେ ସେମାନଙ୍କ ଉପରେ ୪୨୫ ପାଉଣ୍ଡ(୪୦ ହଜାର ଟଙ୍କାରୁ ଅଧିକ) ଜୋରିମାନା ଲାଗିବ।

Get real time updates directly on you device, subscribe now.