fbpx

ବଲାଙ୍ଗୀର ଦୁର୍ଘଟଣାରେ ଇନ୍ସପେକ୍ଟର ଲିଙ୍କ: ପ୍ରତିକ୍ରିୟା ରଖିଲେ ଏସ. ପି

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା କରିଛନ୍ତି ସୋନପୁର ଏସ୍.ପି । କାରରେ ଥିବା ଇନ୍ସପେକ୍ଟର ଘଟଣାସ୍ଥଳରୁ ଡରିଯାଇ ଫେରାର ମାରିଥିବା ପ୍ରକାଶ କରିଛନ୍ତି । ତେବେ ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଦୁର୍ଘଟଣା ଘଟାଇଥିବା ବେଳେ ଗାଡିର ଓନର ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ଏହି ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ ବୋଲି ଏସ୍.ପି ଅମରେଶ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଡିରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡି ଚଳାଉଥିଲେ । ଆମେ ଏନେଇ ତାଙ୍କ ପୋଷ୍ଟିଂ ଅଥରିଟି ସହ କଥା ହୋଇଛୁ । ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଏବଂ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ଏସ୍.ପି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ଦୁର୍ଗଟଣାର ଶିକାର ହୋଇଥବା ବ୍ୟକ୍ତିମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଦୁର୍ଘଟରାରେ ପ୍ରାଣ ହରାଇତିବା ୩ ଜଣଙ୍କ ପରିବାର କିମ୍ବା ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଗୁରୁତର ଆହତମାନଙ୍କର ମାଗଣା ଚିକିତ୍ସା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.