fbpx

ଏମିତି ବି ସମ୍ଭବ ! ନକଲି ଆଇପିଏଲ କରାଇ ଆୟୋଜକଙ୍କଠୁ ଲୁଟିନେଲେ ଲକ୍ଷ ଲକ୍ଷ

ନୂଆଦିଲ୍ଲୀ: ଆଇପିଏଲର ଲୋକପ୍ରିୟତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରହିଛି । ନିକଟରେ ଭାରତରେ ଅୟୋଜିତ ଆଇପିଏଲର ସମାପନ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଋଷର କିଛି ଆୟୋଜକ ଗ୍ରାମାଞ୍ଚଳରେ ଖେଳାଯାଇଥିବା ଆଇପିଏଲରେ ଟଙ୍କା ଲଗାଇଥିବା ଅଭିଯୋଗ କରିଛନ୍ତି । ଆଜ୍ଞା ହିଁ ଋଷର ଏହି ଆୟୋଜକ ମାନେ କହିଛନ୍ତି ଯେ ସେମାନେ ଆଇପିଏଲର ଗ୍ରାମୀଣ ସଂସ୍କରଣରେ ଟଙ୍କା ଲଗାଇଛନ୍ତି । କିନ୍ତୁ ଏହା କୌଣସି ମଇଦାନରେ ହୋଇନଥିଲା ବରଂ ଖେତରେ ଆୟୋଜିତ ହୋଇଥିଲା ଏବଂ ଏହାର ଆୟୋଜନ କୌଣସି କ୍ରିକେଟ୍ ବୋର୍ଡ ନୁହେଁ ବରଂ ଠକଙ୍କ ଗ୍ରୁପ୍ କରିଥିଲେ । ଆଇପିଏଲ ନାଁରେ ଏହି ଠକମାନେ ଆୟୋଜକଙ୍କ ଏକାଠି କରିଥିଲେ ଏବଂ ତାଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଛନ୍ତି ।

ଏହି ମାମଲାରେ ଭାରତୀୟ ପୋଲିସ ୪ ଠକଙ୍କୁ ଗିରଫ କରିଛି । ସୂଚନାଥାଉ ଯେ ଆଇପିଏଲ ଫ୍ରାଞ୍ଚାଇଜି ୨୦୦୮ ରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଜାରି ରହିଛି । ଏଥିରେ ଅନେକ ଖେଳାଳି ଭାଗ ନେଇଥାନ୍ତି ଏବଂ ସେମାନଙ୍କୁ କିଣାଯାଇଥାଏ । କିନ୍ତୁ ଏଠାରେ ଏହା ଯେଉଁ ଆଇପିଏଲର ଆୟୋଜନ କରାଯାଇଥିଲା ତାହାକୁ ଗାଁରେ ଆୟୋଜନ କରାଯାଇଥିଲା ଏବଂ ଏହାକୁ ଠକମାନେ ଆୟୋଜିତ କରିଥିଲେ ।

ସୂଚନା ଅନୂଯାୟୀ, ଏହି ଠକମାନେ ଋଷର ଆୟୋଜକଙ୍କୁ କହିଥିଲେ ଯେ ଏବେ ଆଇପିଏଲ ଗାଁରେ ମଧ୍ୟ ଖେଳ ଯିବ । ଏହାକୁ ପ୍ରମୋଟ୍ କରିବା ନାଁରେ ଆୟୋଜକଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ଥିଲେ । ବିବିସିର ଏକ ରିପୋର୍ଟ ଅନୂଯାୟୀ ଠକମାନେ ଏହି ଗ୍ରାମୀଣ ଆଇପିଏଲର ଆୟୋଜନ ଗୁଜରାଟର ଏକ ଗାଁରେ କରିଥିଲେ । ନିକଟସ୍ଥ ଗାଁର ଲୋକଙ୍କୁ ଏଥିରେ ଷ୍ଟାର କ୍ରିକେଟର ଭାବରେ ଆକ୍ଟିଂ କରିବାକୁ କୁହାଯାଇଥିଲା । ସେମାନେ ଆଇପିଏଲର ନକଲ କରିଥିଲେ ଏବଂ ମଇଦାନରେ ଖେଳିଥିଲେ ।

ଏହି ନକଲି ଆଇପିଏଲ ପାଇଁ ପୂରା ପ୍ଲାନିଂ ମଧ୍ୟ କରିଥିଲେ । ମଇଦାନରେ ଓହ୍ଲାଇଥିବା ଖେଳାଳିଙ୍କୁ ଚାରିଶହ ଟଙ୍କାରେ ଫିକ୍ସ କରାଯାଇଥିଲା । ଏହାପରେ ମ୍ୟାଚକୁ ପ୍ରକୃତ ମ୍ୟାଚ୍ ଭଳି ଦେଖାଇବା ପାଇଁ ପ୍ରସିଦ୍ଧ କମେଣ୍ଟେଟର ହର୍ଷ ଭୋଗଲେଙ୍କ ଭଳି ଦେଖାଯାଉଥିବା ନକଲି ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହି ନକଲି ମ୍ୟାଚକୁ ୟୁଟ୍ୟୁବରେ ଆଇପିଏଲ ନାମକ ଚ୍ୟାନେଲରେ ଦେଖାଯାଇଥିଲା । ଆୟୋଜକଙ୍କୁ ସନ୍ଦେହ ସେତେବେଳେ ହୋଇଥିଲା ଯେତେବେଳେ ମ୍ୟାଚରେ ପିଚ୍ ର ସଂପୂର୍ଣ୍ଣ ଫୋଟୋ ଦେଖାଯାଇନଥିଲା ଏବଂ ଭିଡ଼ର ମଧ୍ୟ ଅଧିକ ଶବ୍ଦ ଆସୁଥିଲା । ଆଉ ଯେତେବେଳ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଚାଲୁଥିଲା ସେତେବେଳେ ପୋଲିସ ପହଞ୍ଚି ମାମଲାର ପୋଲ ଖୋଲିଥିଲା ।

Get real time updates directly on you device, subscribe now.