fbpx

ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାରଙ୍କ ପାଖରେ ନିଜସ୍ୱ ଇଣ୍ଟରନେଟ୍

ନୂଆଦିଲ୍ଲୀ: କେରଳ ଦେଶର ଏକମାତ୍ର ରାଜ୍ୟ ଯିଏ ଏବେ ନିଜସ୍ୱ ଇଣ୍ଟରନେଟ ସୁବିଧା ହାସଲ କରିଛି । କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଲିମିଟେଡକୁ ଦୁରସଞ୍ଚାର ବିଭାଗ ନିକଟରୁ ଇଣ୍ଟେରନେଟ୍ ସେବା ପ୍ରଦାନ କରିବାର ଲାଇସେନ୍ସ ମିଳିଛି । ମୁଖ୍ୟମନ୍ତ୍ରୀ ପି ବିଜୟନ ଗୁରୁବାର କହିଛନ୍ତି ଯେ, କେରଳ ଦେଶର ଏପରି ଏକମାତ୍ର ରାଜ୍ୟ ଯାହା ପାଖରେ ନିଜସ୍ୱ ସ୍ୱତନ୍ତ୍ର ଇଣ୍ଟରନେଟ ସେବା ରହିଛି ।

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖକରେ ଇଣ୍ଟରନେଟ ସୁବିଧା ପହଞ୍ଚାଇବା ପାଇଁ ‘ଆଇଟି ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ’ ନାମରେ ସରକାରଙ୍କ ଏହି ମହତ୍ୱାକାଙ୍ଖୀ ଯୋଜନା । ଲାଇସେନ୍ସ ମିଳିବା ପରେ ସମାଜରେ ଡିଜିଟାଲ ବିଭାଜନ ରୋକିବା ଉପରେ କାର୍ଯ୍ୟ କରାଯାଇ ପାରିବ ବୋଲି ସରକାର କହିଛନ୍ତି ।

ଏହି ଯୋଜନାର ପରିକଳ୍ପନା ବିପିଏଲ ପରିବାର ଏବଂ ୩୦ ହଜାର ସରକାରୀ କାର୍ଯ୍ୟାଳୟରେ ମୁକ୍ତ ଇଣ୍ଟରନେଟ ପ୍ରଦାନ କରିବାକୁ କରାଯାଇଛି । ୨୦୧୯ରେ ରାଜ୍ୟ ସରକାର ଇଣ୍ଟରନେଟକୁ ଲୋକଙ୍କ ମୌଳିକ ଅଧିକାର ଘୋଷଣା କରିଥିଲେ । ଏବଂ ୧,୫୪୮ କୋଟି ଟଙ୍କା ଖର୍ଚ୍ଚ କରି ଏହି ପରିଯୋଜନା ଆରମ୍ଭ କରିଥିଲ ।

Get real time updates directly on you device, subscribe now.