ନୂଆଦିଲ୍ଲୀ: ଅଫିସ ହେଉ ବା ଘର, ଜୀବନକୁ ସର୍ବଦା ହସ-ଖୁସିରେ ବିତାଇବା ଉଚିତ୍ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ଆଇନ ପ୍ରସ୍ତୁତ ହୋଇନି ଚିନ୍ତୁ ନିକଟରେ ଏକ ନିର୍ଦ୍ଦେଶ ପାରିତ ହୋଇଛି, ଯାହା ଅନୁସାରେ ସରକାରୀ କର୍ମଚାରୀଙ୍କୁ ଅଫିସରେ ହସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଅଫିସରେ ନହସୁଥିବା ଅଧିକାରୀଙ୍କ ଉପରେ ଜରିମାନା ଲାଗିଯିବ ବୋଲି କୁହାଯାଇଛି ।
ତେବେ ଏହି ନିର୍ଦ୍ଦେଶ ଫିଲିପିନ୍ସର ଜଣେ ମେୟର ପାରିତ କରିଛନ୍ତି ।ନିର୍ଦ୍ଦେଶରେ ସେ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ଅଫିସରରେ ହସି ହସି କାମ କରିବା ଉଚିତ୍ । ଏପରି ନକରିବା ଦ୍ୱାରା ଜୋରିମାନା ଲାଗିପାରେ ।
ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ କହିଛନ୍ତି ଯେ, ‘ଯେଉଁମାନେ ଏହି ନିର୍ଦ୍ଦେଶ ପାଳନ ନକରିବେ, ସେମାନଙ୍କର ୬ ମାସର ଦରମା କଟାଯିବ । ଏହା ସହ ସେମାନଙ୍କୁ ଚାକିରିରୁ ସସପେଣ୍ଡ ମଧ୍ୟ କରାଯାଇପାରେ ।
ରିପୋର୍ଟ ଅନୁସାରେ, ମେୟର ଏରିଷ୍ଟୋଟଲ ଅଗୁରୀ ଏହି ନିୟମର ନାଁ ‘Smile Policy’ ରଖିଛନ୍ତି । ଏହା ଅଧିନରେ କର୍ମଚାରୀଙ୍କୁ ହସିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେୟର ସ୍ଥାନୀୟ ସରକାର ସ୍ତରର ସେବାରେ ସୁଧାର ଆଣିବାକୁ ଚାହୁଁଛନ୍ତି । ମେୟର ଚାହୁଁଛନ୍ତି କି, ଯେବେ ଲୋକମାନେ କିଛି କାମ ପାଇଁ ଅଫିସ ଯିବେ, ସେବେ ସେମାନଙ୍କୁ ସେଠାରେ ଏକ ହସଖୁସିର ପରିବେଶ ମିଳିବ ।