fbpx

ରାଜ୍ୟରେ ବଢୁଛି କରୋନା କେସ: ଜାଣନ୍ତୁ କ’ଣ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଏବେ ସାରା ଦେଶରେ ବଢ଼ୁଛି କୋଭିଡ ସଂକ୍ରମଣ । କିନ୍ତୁ ଯେଉଁ ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି । କିନ୍ତୁ ଆମର ପାର୍ଶ୍ଵବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ସଂକ୍ରମଣ ବଢ଼ୁଛି । ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ମଧ୍ୟ ବଢ଼ୁଛି । କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଏବେ ରାଜ୍ୟରେ ୫ ହଜାର ଉପରେ ସକ୍ରିୟ ମାମଲା ଥିବା ବେଳେ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଉଟ ରେ ରହିଛନ୍ତି । ଅର୍ଥାତ ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି । ତେବେ ଯେଉଁମାନଙ୍କ କୋମରବିଡ଼ିଟି ଅଛି କିମ୍ବ ବୟସ୍କ ଲୋକ ସେମାନଙ୍କୁ ମେଡିକାଲ ଯିବାର ଆବଶ୍ୟକତା ପଡ଼ୁଛି । ସେମାନଙ୍କ ମଧ୍ୟରେ ଓଉଟରେ ରହିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ବର୍ତ୍ତମାନ ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟାଣ୍ଟ ବି ହେଉଛି । ଏହି ଭାଇରସ ଯେତେ ମ୍ୟୁଟାଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ ବୋଲି ଜଣାଯାଇଛି । କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ତେବେ ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଦେଖା ଦେଉଛି, ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ । ଏବେ ଜନସ୍ୱାସ୍ଥ୍ୟ ପଦକ୍ଷେପ ତୁଳନାରେ ଜନ ସହଭାଗିତା ଅଧିକ ଦରକାର । ଲୋକମାନଭ୍କୁ ଆହୁରି ଅଧିକ ସଚେତନ ହେବାକୁ ପଡ଼ିବ । ତେଣୁ ଶ୍ରାବଣୀ ମେଳାରେ କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ ଏସବୁ ସହିତ କୋଭିଡ ନିୟମ ପାଳନ କରନ୍ତୁ । ମାସ୍କ ପିନ୍ଧିବା ସହ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଯାଆନ୍ତୁ ଏବଂ ମନ୍ଦିରରେ ମଧ୍ୟ ଲାଇନରେ ଦୂରତା ରଖନ୍ତୁ ବୋଲି ଡଃ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.