fbpx

CBSE ଦଶମ ଓ ଦ୍ୱାଦଶ ରେଜଲ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଖାପାଖି ୩୫ ଲକ୍ଷ ପରୀକ୍ଷାର୍ଥୀ ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିଲେ । ଏବେ ସମସ୍ତ ପରୀକ୍ଷାର୍ଥୀ ସିବିଏସଇ ୨୦୨୨ ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ମାତ୍ରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ cbse.gov.in ବା cbseresults.nic.inକୁ ଯାଇ ନିଜର ଫଳାଫଳ ଚେକ୍ କରିପାରିବେ ।

ତେବେ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ଫଳାଫଳକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ସିବିଏସଇ ଫାଇନାଲ ରେଜଲ୍ସକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜରୁରୀ ସୂଚନା ପ୍ରଦାନ କରିଛନ୍ତି । ଏକ ଗଣମାଧ୍ୟମ ସହ ଆଲୋଚନା କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ସିବିଏସଇ ରେଜଲ୍ଟ ଜାରି ନେଇ ବିଳମ୍ବ ହୋଇନାହିଁ । ଫଳାଫଳ ଠିକ୍ ସମୟରେ ଜାରି କରାଯିବ ।

ସିବିଏସଇ ଟର୍ମ ୨ ବୋର୍ଡ ପରୀକ୍ଷା ଗତ ମାସ ୧୫ ତାରିଖରେ ସମାପ୍ତ ହୋଇଥିଲା । ଚଳିତ ବର୍ଷ ପାଖାପାଖି ୩୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ । ଦଶମ କ୍ଲାସର ୨୧ ଲକ୍ଷରୁ ଅଧିକ ଓ ଦ୍ୱାଦଶ ଶ୍ରେଣୀର ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ । ଫଳାଫଳ ନେଇ ଛାତ୍ରଛାତ୍ରୀ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.