ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ସଟ୍ ଡାଉନ୍ ସମୟରେ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚେତନ ଓ ସତର୍କ ରହିଲେ ଆମେ କରୋନା ଭଳି ମହାମାରୀକୁ ରୋକିବାରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ଏହା କହିବା ସହ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟାଜିତ ଧାର୍ମୀକ ସମାବେଶ ତବଲିଗୀ ଜମାତ୍‌ରେ ସାମିଲ ହୋଇ ରାଜ୍ୟକୁ ଫେରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏକ ଅପିଲ୍ ମଧ୍ୟ କରିଛନ୍ତି । ସେମାନେ ତୁରନ୍ତ ନିଜ ଆଡ଼ୁ ୧୦୪କୁ ଫୋନ୍ କରି ସରକାର ଓ ପ୍ରଶାସନ ସହ ଯୋଗାଯୋଗ କରନ୍ତୁ । ସେମାନେ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।