ନୂଆଦିଲ୍ଲୀ: ସତ ହେଉଛି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ । ପ୍ରତିବର୍ଷ ସେ ବିଭିନ୍ନ ଘଟଣାକୁ ନେଇ ଭବିଷ୍ୟବାଣୀ କରନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହୋଇଛି । ଯଦି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ସତ ହୋଇ ଚାଲେ ତେବେ ପୃଥିବୀ ମଧ୍ୟ ଶେଷ ହେବାକୁ ବେଶୀ ଦିନ ଲାଗିବନି । କାରଣ ପୃଥିବୀ ଧ୍ୱଂସ ହେବା କଥା ନେଇ ମଧ୍ୟ ସେ ଭବିଷ୍ୟବାଣୀ କରି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ବାବାଙ୍କ ଭବିଷ୍ୟବାଣୀ ଅନୁସାରେ ପୃଥିବୀ କେବେ ସୁଦ୍ଧା ଧ୍ୱଂସ ପାଇଯିବ ।
୧୨ ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିଲେ ଭେଙ୍ଗା ବାବା । କିନ୍ତୁ ତାଙ୍କର ଭବିଷ୍ୟବାଣୀକୁ କେହି ହରାଇ ପାରିନାହାନ୍ତି । କରୋନା ମହାମାରୀଠାରୁ ଆରମ୍ଭ କରି ନେଇ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ସେ କରିଥିଲେ ଭବିଷ୍ରବାଣୀ । ତେବେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ କତା ଆପଣ ଜାଣି ରକିବା ଉଚିତ । ଗତ ୧୯୯୬ରେ ବୁଲଗେରିଆରେ ଏହି ଭେଙ୍ଗା ବାବାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ୫୦୯୭ ମସିହା ପର୍ଯ୍ୟନ୍ତ ସେ କରିଥିବା ସମସ୍ତ ଭବିଷ୍ୟବାଣୀ ଗୋଟିଏ ପରେ ଗୋଟିଏ ସତ ହୋଇ ଚାଲିଛି ।
ବହୁ ପୂର୍ବରୁ ୨୦୨୨ ବର୍ଷ ପାଇଁ ଭେଙ୍ଗା ବାବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଥିଲେ । ଯାହା ସତ ହେଉଥିବା ଦେଖାଯାଉଛି । ଚଳିତ ବର୍ଷ ଏସିଆ ଓ ଅଷ୍ଟ୍ରେଲିଆର ଅନେକ ଦେଶ ପ୍ରବଳ ବର୍ଷା ଓ ବନ୍ୟାର ସମ୍ମୁଖୀନ ହେବା ନେଇ ସେ ଆକଳନ କରିଥିଲେ । ଯାହା ଏବେ ସତ ବୋଲି ପ୍ରମାଣିତ ହୋଇଛି । କାରଣ ବାଂଲାଦେଶ ସମେତ ଭାରତର ଉତ୍ତର ପୂର୍ବ ଅଞ୍ଚଳ ଓ ଥାଇଲାଣ୍ଡର ଅନେକ ସହର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଏତଦ୍ ବ୍ୟତୀତ ୟୁରୋପର କିଛି ସହରରେ ପାଣି ସମସ୍ୟା ଓ ମରୁଡି ନେଇ ମଧ୍ୟ ଭେଙ୍ଗାବାବା ଅନୁମାନ ଲଗାଇଥିଲେ । ତାଙ୍କ ଭବିଷ୍ୟବାଣୀ ଅନୁସାରେ ପର୍ତ୍ତୁଗାଲ ଦେଶ ଏବେ ସାଙ୍ଘାତିକ ଜଳ ସଙ୍କଟ ଦେଇ ଗତି କରୁଥିବା ବେଳେ ଇଟାଲୀରେ ମରୁଡି ସମସ୍ୟା ଉପୁଜିଛି ।
ତେବେ କେବଳ ଏହି ଦୁଇଟି ଅନୁମାନ ନୁହେଁ, ଆଉ କିଛି ସଠିକ ଅନୁମାନ ମଧ୍ୟ ଲଗାଇଥିଲେ ବାବା ଭେଙ୍ଗା । ଚଳିତ ବର୍ଷ ସାଇବେରିଆରୁ ଏକ ଘାତକ ଭାଇରସ ସୃଷ୍ଟି ହେବା ସହ ପୃଥିବୀ ଉପରେ ଏଲିୟନଙ୍କ ଆକ୍ରମଣ ଏବଂ ଅନେକ ଅବାସ୍ତବ ଘଟଣା ଘଟିବ ବୋଲି ସେ ବହୁ ଆଗରୁ ଭବିଷ୍ୟବାଣୀ କରି ସାରିଥିଲେ । ଶେଷରେ ୫୦୭୯ ରେ ଦୁନିଆ ଶେଷ ହୋଇଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ତେବେ ଭେଙ୍ଗା ବାବାଙ୍କ ଅନେକ କଥା ସତ ହେଉଥିବା ବେଳେ କିଛି କଥା ସତ ହୋଇନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ତେଣୁ ପୃଥିବୀକୁ ନେଇ ବାବାଙ୍କ ଭବିଷ୍ୟବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।