fbpx
BSKY SKY
BSKY SKY

ଆଜି ଇଂଲଣ୍ଡ-ଭାରତ ଫାଇନାଲ ଫାଇଟ: ସିରିଜ ଜିତିବା ପାଇଁ ଉଭୟ ଦଳ ହେବେ ମୁହାଁମୁହିଁ

BSKY

ମାଞ୍ଚେଷ୍ଟର: ଇଂଲଣ୍ଡ-ଭାରତ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଫାଇନାଲ ମ୍ୟାଚ । ଉଭୟ ଦଳ ମଧ୍ୟରେ ଚାଲିଥିବା ଏହି ଦିନିକିଆ ସିରିଜ ୧-୧ରେ ବରାବର ରହିଛି । ତେଣୁ ଆଜିର ମ୍ୟାଚ ନିର୍ଣ୍ଣାୟକ ହୋଇଥିବା ବେଳେ ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନାକୁ ଓହ୍ଲାଇବ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫଡରେ ଆଜିର ଏହି ଫାଇନାଲ ଖେଳାଯିବ । ତେବେ ଏହି ମଇଦାନରେ ଇଂଲଣ୍ଡ ସପକ୍ଷରେ ରେକର୍ଡ ରହିଛି ।

ଭାରତର ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଶିଖର ଧୱନ ପ୍ରଥମ ଦିନିକିଆରେ ଶତକୀୟ ଭାଗିଦାରୀ ବଳରେ ଏକତରଫା ୧୦ ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଏହାର ମଧୁର ପ୍ରତିଶୋଧ ନେଇଥିଲା ଇଂଲଣ୍ଡ । ଟିମ ଇଣ୍ଡିଆକୁ ଅଲ ଆଉଟ କରି ୧୦୦ ରନର ବିଜୟ ହାସଲ କରିଥିଲା । ତେବେ ଅଭିଜ୍ଞ ବୋଲରମାନଙ୍କ ଜବରଦସ୍ତ ଫର୍ମ ଭାରତ ପାଇଁ ବରଦାନ ସାଜିଛି । ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀଙ୍କ ସହିତ ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦମଦାର ବୋଲିଂର ପ୍ରଦର୍ଶନ ଜାରି ରଖିଛନ୍ତି । ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଦ୍ୱିତୀୟ ମ୍ୟାଚରେ ନିଜ ଯାଦୁ ଦେଖାଇବାରେ ସଫଳ ହୋଇଛନ୍ତି ।

ତେବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ଟପ ଅର୍ଡର । କିଛି ଦିନରୁ ଆଉ ଅଫ ଫର୍ମ ଥିବା କ୍ୟାପଟେନ ରୋହିତ ପ୍ରଥମ ମ୍ୟାଚରେ କମବ୍ୟାକ କରିଥିଲେ । କିନ୍ତୁ ସାଥୀ ଖେଳାଳି ଶିଖର ଧୱନ ସଂଘର୍ଷ କରୁଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ରୋହିତ, ଶିଖରଙ୍କ ବ୍ୟତୀତ ବିରାଟ ମଧ୍ୟ ଫେଲ ମାରିଛନ୍ତି । ଯାହା ଭାରତ ପାଇଁ ଖୁବ ମହଭ୍ଗା ସାବ୍ୟସ୍ତ ହୋଇଛି । ତେଣୁଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଖେଳାଳିଙ୍କୁ କମବ୍ୟାକ କରିବାକୁ ହେବ ।

ଇଂଲଣ୍ଡ ଭାରତ ମଧ୍ୟରେ ମୋଟ ୧୦୫ ଦିନିକିଆ ମ୍ୟାଚ ଖେଳାଯାଇଛି । ତେବେ ଏଥିରୁ ୪୪ ଟି ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ୫୬ଟି ମ୍ୟାଚ ଭାରତ କବଜାରେ ରହିଛି । କିନ୍ତୁ ଏହି ମଇଦାନରେ ବଳୀୟାନ ରହିଛି ଇଂଲିଶ କ୍ରିକେଟ । ଉଭୟ ଦଳ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ମାତ୍ର ଗୋଟିଏ ଥର ବିଜୟର ସ୍ୱାଦ ଚାକିଛି ମେନ ଇନ ବ୍ଲୁ । ବାକି ସମସ୍ତ ମ୍ୟାଚରେ ଇଂଲଣ୍ଡ କବଜା କରି ବସିଛି । ତେଣୁ ଆଜିର ଏହି ମ୍ୟାଚ ଖୁବ ରୋମାଞ୍ଚକର ରହିବ । ତେବେ ସମସ୍ତଙ୍କ ନଜର ଉଭୟ ଦଳର ପ୍ଲେଇଙ୍ଗ ୧୧ ଉପରେ ରହିବ । ଆସନ୍ତୁ ଦେଖିବା କ’ଣ ରହିପାରେ ପ୍ଲେଇଙ୍ଗ ୧୧

ଇଲଣ୍ଡର ପ୍ଲେଇଙ୍ଗ ୧୧:

ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲୀ, କ୍ରେଗ ଓଭରଟନ, ଡାଭିଡ ୱିଲି, ବ୍ରାୟଡନ କାର୍ସ ଏବଂ ରୀସ ଟପଲି

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ଯଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ ଏବଂ ପ୍ରସିଦ୍ଧ କୃଷ୍ଣା ।

Get real time updates directly on you device, subscribe now.