fbpx
BSKY
BJD MC SKY
BJD MS SKY

କରୀନା କପୁର ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି କି? ଭାଇରାଲ୍ ଫଟୋରେ ଦେଖାଗଲା ‘ବେବି ବମ୍ପ’

ମୁମ୍ବାଇ: ବଲିଉଡର ଗର୍ଜିୟସ ଅଭୀନେତ୍ରୀ କରୀନା କପୁର ଖାନ୍ ପୁଣି ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା କରୀନା ପୁଣି ପ୍ରେଗନେଣ୍ଟ ଥିବା ଖବରକୁ ବଳ ଦେଉଛି। ବର୍ତ୍ତମାନ କରୀନା ସ୍ୱାମୀ ସୌଫ ଅଲ୍ଲୀଙ୍କ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି। ଷ୍ଟାର୍ ଦମ୍ପତ୍ତି ଇଂଲଣ୍ଡରେ ବୁଲାବୁଲି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଧ୍ୟାନ ଆକର୍ଶଣ କରୁଛି। ତେବେ ଏହି ଫଟୋ ମଧ୍ୟରୁ ଏକ ଫଟୋକୁ ଦେଖି କରୀନା ପୁଣି ଥରେ ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି।

ଭାଇରାଲ ଫଟୋରେ କରୀନା କପୁରଙ୍କୁ କଳା ରଙ୍ଗର ଟପ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ସହିତ କରୀନା ଏକ ସ୍ଲିଙ୍ଗ୍ ବ୍ୟାଗ୍ ରଖିଛନ୍ତି, କରୀନା ଏହି ଫଟୋରେ ବିନା ମେକଅପ୍‌ରେ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ସମସ୍ତ ପ୍ରଶଂସକଙ୍କ ନଜର କରୀନାଙ୍କ ପେଟରେ ଅଟକଛି। କରୀନାଙ୍କ ଏହି ଫଟୋ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଶ୍ୱାସ କରନ୍ତି ଯେ ସେ ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ସେ ପ୍ରେଗନେଣ୍ଟ ଥିବା ପରି ଦେଖାଯାଉଛି, ଯାହାକୁ ସେ କଳା ପୋଷାକ ପିନ୍ଧି ଲୁଚାଇ ପାରିବେ ନାହିଁ। ଏଥି ସହିତ, କିଛି ସୋସିଆଲ ମିଡିଆ ୟୁଜର ଏହା ମଧ୍ୟ କହିଛନ୍ତି ଯେ କରୀନାଙ୍କ ଏହା ପୁରୁଣା ଫଟୋ ଅଟେ।

କପୁର ପରିବାର ୮ ଜୁଲାଇ ୨୦୨୨ ରେ ଲଣ୍ଡନରେ ନିତୁ କପୁରଙ୍କ ଜନ୍ମଦିନ ପାଳନ କରିଥିଲେ। ପରିବାର ଫଟୋରେ କରୀନା ଚତୁରତାର ସହ ସୌଫ କିମ୍ବା ତାଙ୍କ ଭଉଣୀ କରିସ୍ମା କପୁରଙ୍କ ପଛରେ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ‘ଗାର୍ଲସ ଡେ’ରୁ ଆସିଥିବା ଅନ୍ୟ ଚିତ୍ରରେ କରୀନା ମଲାଇକା ଆରୋରା, ଅମୃତା ଆରୋରା, କରିସ୍ମା କପୁର ଏବଂ ନତାଶା ପୁନାୱାଲାଙ୍କ ସହ ତାଙ୍କ ଚମତ୍କାର ଲୁକ୍ ସହିତ ଲୋକଙ୍କୁ ସ୍ତବ୍ଧ କରିଦେଇଥିଲେ। ଯଦିଓ ବେବୋ ଏକ ସିକ୍ୱିନ୍ କଳା ପୋଷାକ ପିନ୍ଧିଥିଲେ, କିନ୍ତୁ ଯତ୍ନର ସହ ଦେଖିଲେ ତାଙ୍କର ଫୁଲିଯାଇଥିବା ପେଟ ଦୃଶ୍ୟମାନ ହୁଏ।

Get real time updates directly on you device, subscribe now.