fbpx

କେବଳ ଥଣ୍ଡା କାଶ ନୁହେଁ, ଡାଇବେବଟିସ୍ ପାଇଁ ମଧ୍ୟ ଲାଭଦାୟକ ଅଦାର ବ୍ୟବହାର, ପ୍ରତିଦିନ କରନ୍ତୁ ସେବନ

ପାଗ ବଦଳିବା ମାତ୍ରେ ଅନେକ ଲୋକଙ୍କୁ ଥଣ୍ଡା-ଜ୍ୱର ହୋଇଥାଏ । ଏଥିରୁ ଆଶ୍ୱସ୍ତି ପାଇଁ ଅନେକ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କେବଳ ଅଦା କେବଳ ଖାଇବାର ସ୍ୱାଦ ବଢ଼ାଇବା ଏବଂ ଥଣ୍ଡା କାଶରୁ ଆଶ୍ୱସ୍ତି ପାଇଁ ନୁହେଁ ବରଂ  ଅନେକ ରୋଗ ଦୂର କରିବାରେ ମଧ୍ୟ କାମ କରିଥାଏ । ତେଣୁ ଅଦା ସହିତ ଜଡ଼ିତ କିଛି ଆଶ୍ଚର୍ଯ୍ୟଜନକ ଲାଭଜନକ ।

ମାଇଗ୍ରେନ୍- ଯଦି ଆପଣଙ୍କର ମାଇଗ୍ରେନ୍ ଯନ୍ତ୍ରଣା ହେଉଛି, ତେବେ ଆପଣ ଅଦା ଚା’ ଖାଇବା ଉଚିତ୍  । ଏହି ଚା ପିଇବା ପ୍ରୋଷ୍ଟାଗ୍ଲାଣ୍ଡିନକୁ କମାଇଥାଏ ଏବଂ ଅସହ୍ୟ ଯନ୍ତ୍ରଣାରୁ ଆରାମ୍ ଦେଇଥାଏ ।

ଥଣ୍ଡା ଏବଂ କାଶ- ଥଣ୍ଡା ଏବଂ କାଶ ପାଇଁ ଅଦା ପାଇଁ ଅଦାର ବ୍ୟବହାର ବିଷୟରେ ହୁଏତ କେହି ଜାଣିନଥିବେ । ଅଦା ବ୍ୟାକ୍ଟେରିଆ ଏବଂ ଫଙ୍ଗଲ ଇନଫେକ୍ସନଠାରୁ ସଂକ୍ରମଣ ସହ ଲଢ଼ିବାକୁ ସହାୟତା କରିଥାଏ ।

ଆର୍ଥ୍ରାଇଟିସ୍- ଅଦା ବ୍ୟବହାର ଦ୍ୱାରା ଆର୍ଥ୍ରାଇଟିସ୍ ସମସ୍ୟାରୁ ଆରାମ ମିଳିଥାଏ, ଏହା ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣାକୁ ହ୍ରାସ କରିପାରେ । ଅଦା ଉଭୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆନାଲେଜିକ୍ ଗୁଣ ରହିଛି  । ଏହି ଦୁଇଟି ଗୁଣ ଯୋଗୁଁ ଅଦା ଆର୍ଥ୍ରାଇଟିସ୍ ଅର୍ଥାତ୍ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି କରିବାରେ ସାହାଯ୍ୟ କରିଥାଏ  ।

ମଧୁମେହ- ମଧୁମେହ ରୋଗୀମାନେ ଅଦା ଖାଇବା ଲାଭଦାୟକ ହୋଇଥାଏ । ଅନୁସନ୍ଧାନରେ ଏହା ଦେଖାଯାଇଛି ଯେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିବା ସହିତ ଏହା ଇନସୁଲିନର ସକ୍ରିୟତାକୁ ବଢ଼ାବାଇବାରେ କାମ କରିପାରେ । ଅଦା ଲିଭର, କିଡନୀକୁ ସଫା ଏବଂ ସୁରକ୍ଷିତ ରଖିବାର ଗୁଣ ରହିଛି  ।

ଓଜନ ହ୍ରାସ- ଅନୁସନ୍ଧାନରେ କୁହାଯାଇଛି ଯେ ଅଦା ଚର୍ବି କମାଇବାରେ ସହାୟକ ହୋଇାପରେ । ପେଟ, ଅଣ୍ଟା ଆଦି ସ୍ଥଶାରୁ  ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ । ସକାଳେ ଗରମ ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ଖରାପ ଉପାଦାନକୁ ନଷ୍ଟ ହୋଇଥାଏ ଏବଂ ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.