fbpx

ଡାଲି, ଚାଉଳ, ଦହି, ଲସି ଉପରେ କାହିଁକି ଲାଗିଲା ୫ ପ୍ରତିଶତ ଜିଏସଟି: ଲଗାତର ୧୪ଟି ଟ୍ୱିଟ୍ କରି ସଫେଇ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରୁ ପ୍ୟାକେଜଡ ଓ ଲେବଲଯୁକ୍ତ ଦୁଧ, ଦହି, ଡାଲି, ଅଟା ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଏହାଫଳରେ ସାଧାରଣ ଜନତାଙ୍କ ଖର୍ଚ୍ଚ ବହୁତ ବଢ଼ିଯାଇଛି । ତେବେ ଏହିସବୁ ସାମଗ୍ରୀ ଉପରେ କାହିଁକି ଜିଏସଟି ଲାଗିଲା । ଏନେଇ ଲଗାତର ୧୪ଟି ଟ୍ୱିଟ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଫେଇ ଦେଇଛନ୍ତି ।

ଅର୍ଥମନ୍ତ୍ରୀ ଟ୍ୱିଟ କରି କିଛି ଆବଶ୍ୟକୀୟ ଶସ୍ୟର ଲିଷ୍ଟ ସହିତ ସେଥିରେ ଲାଗୁ ହେଉଥିବା ଜିଏସଟି ଉପରେ ସୂଚନା ଦେଇଛନ୍ତି । ଖାଦ୍ୟ ପଦାର୍ଥକୁ ଖୋଲାରେ ବିକ୍ରି କରିବା କ୍ଷେତ୍ରରେ ସେଥିରେ କୌଣସି ପ୍ରକାରର ଜିଏସଟି ଚାର୍ଜ ଲାଗିବ ନାହିଁ । ଅର୍ଥାତ ଯଦି ଆପଣ ଏଗୁଡ଼ିକୁ ଖୋଲାରେ କିଣିବେ ତେବେ ଏଥିରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ଏହି ସାମଗ୍ରୀ ମଧ୍ୟରେ ଡାଲି, ଗହମ, ରାଈ, ଔଟସ୍, ମକଈ, ଚାଉଳ, ଅଟା, ସୁଜି, ବେସନ, ମୁଢ଼ି ଓ ଲସି ଆଦି ସାମିଲ ରହିଛି ।

ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲାଗିବା ନୂଆ କଥା ନୁହେଁ । ଏହା ପ୍ରଥମ ଥର ପାଇଁ ଲାଗୁ ହେଉ ନାହିଁ । ରାଜ୍ୟ ଜିଏସଟି ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ସାମଗ୍ରୀରୁ ବହୁତ ରାଜସ୍ୱ ସଂଗ୍ରହ କରାଯାଉଥିଲା । ପଞ୍ଜାବ ୨ ହଜାର କୋଟି ଓ ଉତ୍ତରପ୍ରଦେଶ ୭ ଶହ କୋଟି ସଂଗ୍ରହ କରିଛନ୍ତି । ଜିଏସଟି କାଉନସିଲର ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ଏହି ନିଷ୍ପତ୍ତି ନେଇଥିଲା । ସେଥିରେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ, ଗୋଆ ଓ ବିହାରର ସଦସ୍ୟ ସାମିଲ ଥିଲେ । ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଅଧ୍ୟକ୍ଷତା କରିଥିଲେ । ଟ୍ୟାକ୍ସ ଲିକେଜ୍ ରୋକିବା ପାଇଁ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

Get real time updates directly on you device, subscribe now.