fbpx

କାହିଁକି ହେଉନି ବର୍ଷା? ଅଭିଯୋଗ କରି ଇନ୍ଦ୍ରଙ୍କୁ ଲେଖିଲେ ପତ୍ର

ଗୋଣ୍ଡ: ଅନେକ ସମୟରେ ବର୍ଷା ହେବା ପାଇଁ ଗ୍ରାମବାସୀମାନେ ଇନ୍ଦ୍ରଙ୍କ ପୂଜା କରନ୍ତି କିମ୍ବା ହୋମଯଜ୍ଞ କରିଥାନ୍ତି ଯେପରି ଭଲ ବର୍ଷା ହେବ । କିନ୍ତୁ ବର୍ଷା ହେଉନଥିବାରୁ ଇନ୍ଦ୍ରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଜଣେ ଚାଷୀ । ଖାଲି ସେତିକି ନୁହେଁ ସେ ତାଙ୍କ ଅଭିଯୋଗକୁ ଲିଖିତ ଭାବରେ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋଣ୍ଡ ଜିଲ୍ଲାର ଝାଲା ଗ୍ରାମରେ । ଯେଉଁଠାରେ ଗ୍ରାମରେ ସଂପୂର୍ଣ୍ଣ ସମାଧାନ ଦିବସ ଅବସରରେ ବସିଥିବା ସଭାରେ ନିଜ ଅଭିଯୋଗ ରଖିଥିଲେ ସୁମିତ କୁମାର ଯାଦବ ନାମକ ଜଣେ ଚାଷୀ । ସେ ଅଭିଯୋଗ କରିଥିଲେ ଯେ ଜିଲ୍ଲାରେ ବର୍ଷାର ଅଭାବ ଯୋଗୁଁ ଜୀବନ ଉପରେ ପ୍ରଭାବ ପକାଇଛି । ସମସ୍ତେ ବର୍ଷା ନହେବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯେ ଇନ୍ଦ୍ର ଭଗବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ଏକ ଅଭିଯୋଗ ପତ୍ର ରାଜସ୍ୱ ଅଧିକାରୀଙ୍କୁ ଦେଇଛନ୍ତି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାଜସ୍ୱ ଅଧକାରୀ ଯିଏକି ଏହି ପତ୍ରକୁ ବିନା ଦେଖି ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ । ଭାଇରାଲ ହେବା ପରେ ସେ ମନା କରିଛନ୍ତି ଯେ ଏଭଳି କୌଣସି ଅଭିଯୋଗ ତାଙ୍କୁ ଦିଆଯାଇନାହିଁ କି ସେ ଜିଲ୍ଲାପାଳଙ୍କ ନିକଟକୁ ପଠାଇନାହାଁନ୍ତି । ଭାଇରାଲ ହେଉଥିବା ଫଟୋରେ ନକଲି ଦସ୍ତଖତ ଏବଂ ସିଲ୍ ରହିଛି ଏହାର ଏକ ତଦନ୍ତ କରାଯିବ ।

Get real time updates directly on you device, subscribe now.