fbpx

ମଟର ପନିର ଖାଇପାରିଲେନି, କିନ୍ତୁ କଲେ କିଛି ଏମିତି, ରେଷ୍ଟୁରାଣ୍ଟ ଦେଲା ୨୦ ହଜାର

ଗ୍ୱାଲିୟର: ଥରେ ଭାବନ୍ତୁ ତ’ ଆପଣଙ୍କ ଭୋକରେ ଥିବେ ଆଉ ଆପଣ ଖାଇବା ସାମ୍ନାରେ ବସିଥିବେ କି ଆପଣଙ୍କୁ ଜଣାପଡ଼ିବ ଯେ ଆପଣ ଏହି ଖାଦ୍ୟ ଖାଇପାରିବେ ନାହିଁ… ସେତେବେଳେ ଆପଣଙ୍କୁ କେମିତି ଲାଗିବ… ତାହା ଜାଣିପାରୁଥିବେ ।

କିଛି ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଶାକାହାରୀ ପରିବାର ସହ । ଯେଉଁଠାରେ ଏହି ପରିବାର ଘରକୁ ଖାଦ୍ୟ ମଗାଇଥିଲେ ଖାଦ୍ୟ ଡେଲିଭରି ମଧ୍ୟ ହେଲା । କିନ୍ତୁ ତାହାକୁ ଖାଇପାରିନଥିଲେ କେହିବି । ଆଉ ତା’ପରେ ଯାହା କଲେ ଏବେ ତାକୁ ନେଇ ଚର୍ଚ୍ଚା ହେଉଛି ।

ପ୍ରକୃତରେ ସିଦ୍ଧାର୍ଥ ଶ୍ରୀବାସ୍ତବ ନାମକ ଜଣେ ଓକିଲ ନିଜ ପରିବାର ପାଇଁ ଜୋମାଟୋରେ ଜିୱାଜୀ କ୍ଲବ୍ ରୁ ମଟର ପନିର ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଖାଦ୍ୟ ଖାଇବାକୁ ଖୋଲିଥିଲେ ସେଥିରେ ମଟର ପନିର ବଦଳରେ ଚିକେନ୍ କରୀ ଥିବାର ଦେଖିଥିଲେ । ଯାହା ପରେ ସେ ଖାଦ୍ୟ ମଗାଇଥିବା ଜିୱାଜୀ କ୍ଲବ୍ କୁ ଅଭିଯୋଗ କରିଥିଲେ କିନ୍ତୁ ସେଠାରୁ କୌଣସି ସମାଧାନ ନହେବାରୁ ସିଧା ଏନେଇ ଏକ ଗ୍ରାହକ କୋର୍ଟରେ ମାମଲା କରିଥିଲେ ।

ଯାହାପରେ ତଦନ୍ତରୁ ଜଣାପଡ଼ିଥିଲା ଯେ କ୍ଲବର ଖରାପ ସେବା ଏବଂ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଏଭଳି ଘଟିଛି । କୋର୍ଟ କହିଥିଲେ ଯେ ଏହି ଘଟଣା ଯୋଗୁଁ ପରିବାରକୁ ମାନସିକ ଆଘାତ ଲାଗିଛି । ଯାହାପରେ ଖାଉଟି କୋର୍ଟ ରେଷ୍ଟୁରାଣ୍ଟକୁ ୨୦,୦୦୦ ଟଙ୍କା ଫାଇନ୍ ଦେବାକୁ କହିବା ସହ କେସର ସମସ୍ତ ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.