fbpx

(Video) ସ୍ତ୍ରୀକୁ ସ୍ତମ୍ଭରେ ବାନ୍ଧି ପିଟିଲା ସ୍ୱାମୀ: ମନ ନଭରିବାରୁ ଗାଳି କରିବା ସହ ଘୋଷାରି ନେଇ…

ନୂଆଦିଲ୍ଲୀ: ସ୍ୱାମୀର ଦୀର୍ଘୀୟୁ ପାଇଁ କେତେ ଓଷା, ଉପାସ କରିଥାଏ ପତ୍ନୀ । କିନ୍ତୁ ସେହି ସ୍ୱାମୀ ଯଦି ପାଷାଣ ପାଲଟିବ, ସେବେ ପତ୍ନୀ ନିଜ ଦୁଃଖ କାହାକୁ ବା କହିବ । ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ସ୍ତମ୍ଭରେ ବାନ୍ଧି ପିଟିବାରେ ଲାଗିଥିଲା । ମନ ନଭରିବାରୁ ଶେଷରେ ଅଭଦ୍ର ଭାଷାରେ ଗାଲି କରି ଛୁଟିକୁ ଧରି ଘୋଷାରି ନେଉଥିବାରୁ ଦେଖିବାକୁ ମିଳିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ସ୍ୱାମୀର ମାରପିଟ୍ ସହି ନପାରି ଥାନାରେ ଅଭିଯୋଗ କରିଥିଲେ । ଏଥିରେ ରାଗିଯାଇ ସ୍ୱାମୀଜଣକ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ସ୍ତମ୍ଭରେ ବାନ୍ଧି ପିଟି ଚାଲିଲା । ଭିଡିଓ ଭାଇରାଲ ପରେ ପୋଲିସ ଆକ୍ସନ ମୋଡକୁ ଆସି ଅଭିଯୁକ୍ତ ପତିକୁ ଗିରଫ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ପୋଲିସ ଆସିବା ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ସେଠାରୁ ଫେରାର ମାରିଥିଲା । ପୋଲିସ ଏବେ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜିବାରେ ଲାଗିପଡିଛି ।

ପୋଲିସର ସୂଚନାନୁସାରେ, ଏହି ଘଟଣା ଆଗ୍ରା ଜିଲ୍ଲାର ସିକନ୍ଦର ପୋଲିସ ଷ୍ଟେସନ ଅଞ୍ଚଳର ଆରସେନା ଗ୍ରାମରୁ ଆସିଛି । ପୀଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସ୍ୱାମୀ ଶ୍ୟାମ ବିହାରୀ ଏବଂ ମହିଳାଙ୍କ ଶାଶୁ ବାରଫା ଦେବୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭାଇରାଲ ହୋଇଥିବା ଭିଡିଓ ଜୁଲାଇ ୧୪ର ବୋଲି କୁହାଯାଉଛି ।

ସୂଚନା ଅନୁସାରେ, କୁସୁମା ଦେବୀଙ୍କ ବାହାଘର ୧୭ ବର୍ଷ ପୂର୍ବେ ଆରସେନା ଗାଁର ବାସିନ୍ଦା ଶ୍ୟାମ ବିହାରୀଙ୍କ ସହ ହୋଇଥିଲା । ପୋଲିସ ନିକଟରେ ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ସ୍ୱାମୀ ଶ୍ୟାମ ବିହାରୀ ମଦ୍ୟପାନ କରିବା ତାଙ୍କୁ ବହୁ ପିଟୁଥିଲେ । ଜୁଲାଇ ୧୩ ରେ ମଧ୍ୟ ସ୍ୱାମୀ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ, ଯାହା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯେତେବେଳେ ସ୍ୱାମୀ ଅଭିଯୋଗ ବିଷୟରେ ଜାଣିଲେ, ସେବେ ସେ ଘରକୁ ଫେରି କୁସୁମାଙ୍କୁ ଏକ ପୋଲରେ ବାନ୍ଧି ବାଡ଼ିରେ ପିଟିଥିଲେ । କେହି ଜଣେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

Get real time updates directly on you device, subscribe now.