fbpx

(Video) ପୁଣି ଚମକିଲେ ନୀରଜ ଚୋପ୍ରା: ବିଶ୍ୱ ଆଥଲେଟିକ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଲେ ଗୋଲଡେନ୍ ବଏ

ନୂଆଦିଲ୍ଲୀ: ଅଲିମ୍ପିକର ଗୋଲ୍ଡେନ ବଏ ନୀରଜ ଚୋପ୍ରା ବିଶ୍ୱ ଆଟଲେଟିକ ଚାମ୍ପିଅନସିପ ଫାଇନାଲରେ ପହଞ୍ଜିଛନ୍ତି । ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡର ପ୍ରଥମ ଉଦ୍ୟମରେ ଫାଇନାଲରେ ପହଞ୍ଚିଛନ୍ତି ନୀରଜ । ୮୮.୩୯ ମିଟର ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ଚୋପ୍ରା ।

ତେବେ ଭାରତୀୟ ଜାଭେଲିନ୍ ଥ୍ରୋ ଚାମ୍ପିଅନ୍ ନୀରଜ ଚୋପ୍ରା ୨୦୨୨ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲକୁ ପ୍ରଥମ ଥ୍ରୋରେ ୮୮.୩୯ ମିଟର ଥ୍ରୋ ସହ ଉନ୍ନୀତ ହୋଇଛନ୍ତି । ରବିବାର ଦିନ ସେ ଭାରତୀୟ ସମୟ ସନ୍ଧ୍ୟା ୭.୦୫ ରେ ପଦକ ପାଇଁ ମଇଦାନକୁ ଓହ୍ଲାଇବେ ।

ଫାଇନାଲ୍ ପାଇଁ ଅଟୋମେଟିକ୍ କ୍ଲାଲିଫାଏ ହେବା ପାଇଁ ଜଣେ ଖେଳାଳୀଙ୍କୁ ସର୍ବନିମ୍ନ ଦୂରତା ୮୩.୫୦ ମିଟର ଅତିକ୍ରମ କରିବାର ଥିଲା ଏବଂ ନୀରଜ ଅନେକ ଦୂରତା କଭର କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଗ୍ରୁପ୍ ଏ’ର ଅନ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ନୀରଜ ଚୋପ୍ରାଙ୍କ ଥ୍ରୋ ସର୍ବୋତ୍ତମ ଥିଲା । କୌଣସି ଖେଳାଳି ତାଙ୍କଠାରୁ ଅଧିକ ଦୂରତା ଅତିକ୍ରମ କରିପାରିନଥିଲେ ।

Get real time updates directly on you device, subscribe now.