fbpx

ନା ଅଛି ଟଏଲଟ୍ ନା’ ବସିବାକୁ ସିଟ୍, ମରୁଭୂମିରେ କେମିତି ଚାଲେ ୭୦୦ କିମି …

ଦୁନିଆରେ ଅନେକ ଏଭଳି ଟ୍ରେନ୍ ରହିଛି ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଏହି ଟ୍ରେନର ନିଜର ସ୍ୱତନ୍ତ୍ରତାକୁ ନେଇ ପରିଚିତ । କିନ୍ତୁ ଏକ ଏଭଳି ଟ୍ରେନ୍ ରହିଛି ଯେଉଁଥିରେ ଯାତ୍ରା କରିବା ବିପଦଜ୍ଜନକ ବୋଲି କୁହାଯାଇଥାଏ । ଅବଶ୍ୟ ଏହା ମାଲଗାଡ଼ି, କିନ୍ତୁ ଅନେକ ଲୋକ ନିଜ ଜୀବନକୁ ବିପଦରେ ପକାଇ ଏହି ଟ୍ରେନରେ ଯାତ୍ରା କରିଥାନ୍ତି । ଏହି ଟ୍ରେନରେ ଅଧିକାଂଶ ଡବାରେ ବସିବାକୁ ସିଟ୍ ନାହିଁ କି’ ଟଏଲେଟ୍ ବି ନାହିଁ ।

ଏହି ଟ୍ରେନ୍ ଆଫ୍ରିକୀୟ ଦେଶ ମାରିତାନିୟାରେ ଚାଲୁଛି । ୧୯୬୩ ରେ ଆରମ୍ଭ ହୋଇଥିଲା ‘ଟ୍ରେନ୍ ଡୁ ଡେଜର୍ଟ’ । ଟ୍ରେନ୍ ସାହାର ମରୁଭୂମି ଦେଇ ଯାତ୍ରା କରିଥାଏ । ଏହି ଟ୍ରେନ୍ ମରୁଭୂମିରେ ୭୦୪ କିଲୋମିଟର ଯାତ୍ରା କରିବାକୁ ୨୦ ଘଣ୍ଟା ସମୟ ଲାଗିଥାଏ । ଏହାର ଲମ୍ବ ୨ କିଲୋମିଟର, ଏଥିରେ ୩ ରୁ ୪ ଡିଜେଲ ଇଞ୍ଜିନ ବ୍ୟବହାର ହୋଇଥାଏ ।  ଏହି ଟ୍ରେନ୍ ମାରିତାନିଆର ନୋୟାଧିବୁ ଏବଂ ଜୁରେତ ସହର ମଧ୍ୟରେ ଚାଲିଥାଏ । ଏହି ଟ୍ରେନରେ ୨୦୦ ରୁ ୨୧୦ ମାଲଗାଡ଼ି ଲାଗିଥାଏ । ଗୋଟିଏ ଡବା ପାସେଞ୍ଜର ମଧ୍ୟ ରହିଛି । କିନ୍ତୁ ଅନେକ ଲୋକ ଏହି ଟେନରେ ଡବା ଉପରେ ବସି କଷ୍ଟସାଧ୍ୟ ଯାତ୍ରା କରିଥାନ୍ତି ।

ବିବିସିର ରିପୋର୍ଟ ଅନୂଯାୟୀ, ଏହି ଟ୍ରେନରେ ଯେଉଁ ଲୋକମାନେ ମାଲଗାଡ଼ି ଡବାରେ ଯାତ୍ରା କରିଥାନ୍ତି ସେମାନଙ୍କ କୌଣସି ଟଙ୍କା ଦେବାକୁ ପଡ଼ିନଥାଏ । କିନ୍ତୁ ଏହି ଯାତ୍ରା ବହୁତ କଷ୍ଟ ହୋଇଥାଏ କାରଣ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ପ୍ରାୟ ୪୯ ଡିଗ୍ରୀ ସେଲସିୟ ତାପମାତ୍ରା ସହିବାକୁ ପଡ଼ିଥାଏ । ସେହିଭଳି ରାତିରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଚାଲିଯାଇଥାଏ ।

ଏହି ଟ୍ରେନରେ ଆଫ୍ରିକୀୟ ଦେଶର ମରୁଭୂମି ସମୁଦାୟର ଲୋକମାନେ ମଧ୍ୟ ଯାତ୍ରା କରିଥାନ୍ତି । ଏହାଦ୍ୱାରା ସେମାନଙ୍କ ପାଇଁ ୫୦୦ କିଲୋମିଟରର ସଡ଼କପଥ କମ୍ ହୋଇଯାଏ । ମାରିତାନିୟାର ରାଜଧାନୀ ନୁଆକଶଟ୍ ଯିବା ପାଇଁ ଲମ୍ବା ରାସ୍ତା ଦେଇ ଯିବାରୁ ଆଶ୍ୱସ୍ତି ମିଳିଥାଏ । ଏହି କାରଣରୁ ମାରିତାନିୟା ଦେଶର ରହୁଥିବା ଲୋକେ ଏହି ଟ୍ରେନ୍ କୁ ନିଜ ଯାତ୍ରା ପାଇଁ କରିଥାନ୍ତି । କାରଣ ସେମାନଙ୍କ ପାଇଁ ଏହି ଟ୍ରେନ୍ ଲାଇଫଲାଇନ୍ ଭଳି । କାମ ପାଇଁ ଯିବା ହେଉ କିମ୍ବା ପରିଜନଙ୍କୁ ଭେଟିବା ପାଇଁ ହେଉ ଲୋକମାନେ ଏହା ଉପରେ ବସି ଯାତ୍ରା କରିଥାନ୍ତି ।

Get real time updates directly on you device, subscribe now.