fbpx

ଗରିବଙ୍କୁ ଦାନ କଲେ ୬୦୦ କୋଟିର ସମ୍ପତ୍ତି, ଜାଣନ୍ତୁ କିଏ ଏହି ବ୍ୟକ୍ତି ଏବଂ କାହିଁକି ନେଲେ ନିଷ୍ପତ୍ତି

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କେହି ନିଜର ସମ୍ପତ୍ତିକୁ ଟିକେ ବି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଏମିତିକି ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ଝଗଡ଼ା ହେଉଛି, ଏମିତିକି ହଣାକଟା ଯାଏଁ ମଧ୍ୟ କଥା ଯାଉଛି । କିନ୍ତୁ ଏହି ସମୟରେ ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ଚର୍ଚ୍ଚା ହେଉଛି ଯିଏକି ପର ପାଇଁ ନିଜର ସବୁ ସମ୍ପତ୍ତି ଦାନ କରିଛନ୍ତି । ତାହା ପୁଣି ହଜାର ନୁହେଁ କି ଲକ୍ଷେ ନୁହେଁ ପୂରା ୬୦୦ କୋଟି ।

ହଁ, ଆଜ୍ଞା ଆପଣ ପଢ଼ିଥିବା ଖବରଟି ଏକଦମ ସତ । ଉତ୍ତରପ୍ରଦେଶ ମୁରାଦାରବଦାର ଜଣେ ଡାକ୍ତର ଅରବିନ୍ଦ କୁମାର ଗୋଏଲ ନିଜର ୬୦୦ କୋଟୀ ସମ୍ପତ୍ତି ଦାନ କରିଛନ୍ତି । ଯେମିତି ଏହା ଗରିବଙ୍କ କାମରେ ଆସିପାରିବ । ସେ ନିଜ ପାଖରେ କେବଳ ଗୋଟିଏ ଘର ରଖିଛନ୍ତି, ଯେଉଁଥିରେ ସେ ନିଜ ପରିବାର ସହ ରହୁଛନ୍ତି । ତାଙ୍କର ଏହି ନିଷ୍ପତ୍ତିର ସମର୍ଥନ ତାଙ୍କ ପରିବାର ଲୋକ ମଧ୍ୟ କରିଛନ୍ତି ।

ସେ ନିଜ ଜୀବନ ସାରାର ଆୟକୁ ଗରିବ ଏବଂ ବେସାହାର ଲୋକଙ୍କ ପାଇଁ ଦାନ କରିଛନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ବେସାହାରାଙ୍କୁ ସାହାର ଦେଇଛନ୍ତି । ସେ ବୃଦ୍ଧାଶ୍ରମ ଠାରୁ ଆରମ୍ଭ କରି ଗରିବ ଲୋକ ଏବଂ ବେସାହାରା ପିଲାଙ୍କ ପାଇଁ ଅନାଥ ଆଶ୍ରମ ତିଆରି କରିଛନ୍ତି । ଏହା ସହ ଭିନ୍ନ ଭିନ୍ନ ସହରରେ ଅନାଥାଳୟ, ବୃଦ୍ଧାଶ୍ରମ ଏବଂ ହସ୍ପିଟାଲ ନିର୍ମାଣ କରିଛନ୍ତି । କରୋନା ସମୟରେ ଆଗକୁ ଆସି ଗରିବଙ୍କ ପାଇଁ ବଡ଼ କାମ କରିଥିଲେ । କରୋନା ସମୟରେ ୫୦ ଗାଁକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ପାଳନ ପୋଷଣ କରିଥିଲେ ।

ତାଙ୍କ ବାପା ପ୍ରମୋଦ କୁମାର ଏବଂ ମା’ ଶକୁନ୍ତଳା ଦେବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସମ୍ପତ୍ତି ଦାନ କରିବାକୁ ନେଇ ଅରବିନ୍ଦ ଗୋଏଲ ସୋସିଆଲ ମିଡିଆରେ କହିଛନ୍ତି । ଯାହା ଯୋଗୁଁ ସେ ୨୫ ବର୍ଷ ପୂର୍ବରୁ ହିଁ ଗରିବଙ୍କ ନାମରେ ନିଜ ସମ୍ପତ୍ତି ଦାନ କରିବାକୁ ନେଇ ମନସ୍ଥ କରିସାରିଥିଲେ ।  ଗୋଏଲ କହିଥିଲେ ଯେ ୨୫ ବର୍ଷ ପୂର୍ବେ ଦିନେ ସେ ଟ୍ରେନରେ ଯାଉଥିଲେ ସେତେବେଳେ ସେ ଜଣେ ଗରିବ ବ୍ୟକ୍ତିଙ୍କୁ ଟ୍ରେନରେ ଦେଖିଥିଲେ, ଥଣ୍ଡା ଦିନ ଥିଲା କିନ୍ତୁ ବ୍ୟକ୍ତିଙ୍କ ପାଖରେ କୌଣସି କମ୍ବଳ କିମ୍ବା ଚାଦର ନଥିଲା । ଏମିତିକି ତାଙ୍କ ପାଖରେ ଚପଲ ମଧ୍ୟ ନଥିଲା । ତେଣୁ ସେ ତାଙ୍କୁ ଚପଲ ଦେଇଦେଇଥିଲେ କିନ୍ତୁ କିଛି ସମୟ ପରେ ତାଙ୍କୁ ମଧ୍ୟ ଥଣ୍ଡା ଲାଗିଥିଲା । ଆଉ ସେପଟେ ସେହି ବ୍ୟକ୍ତିଙ୍କୁ ମଧ୍ୟ ଥଣ୍ଡା ଲାଗୁଥିଲା । ବାସ୍ ସେହିଦିନ ସେ ନିଷ୍ପତ୍ତି କରିଥିଲେ ଯେ ଏହି ବ୍ୟକ୍ତିଙ୍କ ଭଳି ଅନେକ ଲୋକଥିବେ ଯେଉଁମାନେ ଅସୁବିଧାରେ ଜୀବନଯାପନ କରୁଥିବେ । ସେବେଠାରୁ ମୁଁ ଗରିବ ଲୋକଙ୍କ ସାହାଯ୍ୟ କରିବା ଆରମ୍ଭ କରିଥିଲି । ଏଥିପାଇଁ ମୁଁ ନିଜର ସବୁ ସମ୍ପତ୍ତି ଦାନ କରିଛି । ଫଳରେ ଗରିବଙ୍କୁ ସହାୟତା ମିଳିପାରିବ । ସୂଚନାଯୋଗ୍ୟ, ସମାଜସେବା ଏବଂ ଦୟାଭାବ ପାଇଁ ତାଙ୍କ ୪ ଥର ରାଷ୍ଟ୍ରପତି ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.