fbpx
BJD SKY
BJD SKY

ଏଣିକି ଦିନରାତି ଉଡିବ ତ୍ରିରଙ୍ଗା: ପଲିଷ୍ଟର ଏବଂ ମେସିନ ପ୍ରସ୍ତୁତ ରାଷ୍ଟ୍ରୀୟ ଧ୍ୱଜକୁ ଅନୁମତି

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାରତର ସ୍ୱାଧୀନତା ଦିବସ । ଚଳିତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ । ଦେଶର ଫ୍ଲାଗ କୋଡରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଏବେ ଦିନରାତି ପତାକା ଉଡାଇବା ପାଇଁ ଅନୁମତି ମିଳିପାରିବ । ଏହାସହିତ ଆଗକୁ ପଲିଷ୍ଟର ଏବଂ ମେସିନ ଦ୍ୱାରା ପ୍ରସ୍ତୁତ ରାଷ୍ଟ୍ରୀୟ ଧ୍ୱଜକୁ ମଧ୍ୟ ଅନୁମତି ମିଳିପାରିବ । “ଆଜାଦି କା ଅମୃତ ମହୋତ୍ସବ’ ଉପଲକ୍ଷେ ସରକାର ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ “ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।

ଭାତୀୟ ଜାତୀୟ ପତାକା ପ୍ରଦର୍ଶନ, ଉତ୍ତୋଳନ ଏବଂ ବ୍ୟବହାର ଫ୍ଲାଗ କୋଡ ଅଫ ଇଣ୍ଡିଆ-୨୦୨୨ ଏବଂ ନ୍ୟାସନାଲ ଗର୍ବ ଅଧିନିୟମ-୧୯୭୧ ଅଧୀନରେ ରହିଛି । ଏ ନେଇ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗୀୟ ସଚିବମାନଙ୍କୁ ଏକ ଚିଠିରେ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା । ଭାରତୀୟ ଫ୍ଲାଗ କୋଡ-୨୦୦୨ରେ ଗତ ଜୁଲାଇ ୨୦ ତାରିଖରେ ପରିବର୍ତ୍ତନ କରାଯାଇଛି । ଏଣିକି ଭାରତୀୟ ଫ୍ଲାଗ କୋଡ ୨୦୦୨ର ଭାଗ-୨ର ୨.୨ ଅନୁଚ୍ଛେଦର ଧାରା(୧୧) ଏଣିକି ଏମିତି ଅନୁସାରେ ପଢାଯିବ, “ଯେଉଁଠାରେ ପତାକା ଖୋଲା ପ୍ରଦର୍ଶିତ ହୋଇଥାଏ କିମ୍ବା ନାଗରିକଙ୍କ ଘରେ ପ୍ରଦର୍ଶନ କରାଯାଏ, ତାହା ଦିନରାତି ଉଡିପାରେ ।’

ଏହାପୂର୍ବରୁ ତ୍ରୀରଙ୍ଗାକୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡାଇବାର ଅନୁମତି ଦିଆଯାଇଥିଲା । ସେହିପରି ଫ୍ଲାଗ କୋଡର ଏକ ଅନ୍ୟ ବ୍ୟସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି । ରାଷ୍ଟ୍ରୀୟ ଧ୍ୱଜ ହାତରେ କଟାଯିବା ସହ ହାତରେ ପ୍ରସ୍ତୁତ କରାଯିବ ନଚେତ ମେସିନ ଦ୍ୱାରା ନିର୍ମାଣ କରାଯିବ । ଏହାକୁ କେବଳ କପାସ, ଉଲ କିମ୍ବା ପଲିଷ୍ଟରରେ ହିଁ ପ୍ରସ୍ତୁତ କରାଯିବ । ଏହାପୂର୍ବରୁ ମେସିନ ଦ୍ୱାରା ନିର୍ମିତ ପତାକାକୁ ଅନୁମତି ଦିଆଯାଇନଥିଲା ।

Get real time updates directly on you device, subscribe now.