fbpx

(Video) କପି କରିବା ଶିଖିବ କିଏ: ପିଲାମାନେ ଆମର ଶୋଇ, ବସି, ହସି, ଖେଳି, ଗୋଡ଼ ଲମ୍ବାଇ ପରୀକ୍ଷା ଦେଉଛନ୍ତି

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନଗ୍ନ କାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ କିଛି ଛାତ୍ରଛାତ୍ରୀ ବହୁଳ ମାତ୍ରାରେ କପି କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି । ବିହାରର ନାଳନ୍ଦାରେ ଏପରି ଏକ ଲଜ୍ଜାଜନକ ହରକତ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାର ଅଙ୍ଗଭଙ୍ଗୀ ଦେଖି କେହି କହିବ ନାହିଁ ମୋନେ ସତରେ ପରୀକ୍ଷା ଦେଉଛନ୍ତି ନା ଟାଇମ୍ ପାସ୍ କରୁଛନ୍ତି ।

ତେବେ ଭାଇରାଲ ହୋଇଥିବା ଭିଡିଓଟି ଷ୍ଟେସନ ରୋଡ଼ରେ ଥିବା ଅଲାମା ଇକବଲ କଲେଜର ବୋଲି କୁହାଯାଉଛି । ନାଳନ୍ଦା ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବିଏ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ପରୀକ୍ଷା କେନ୍ଦ୍ରର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଛାତ୍ରଛାତ୍ରୀମାନେ ଚଟାଣରେ ବସି ପରୀକ୍ଷା ଦେଉଥିବା ବେଳେ କିଛି ପରୀକ୍ଷାର୍ଥୀଙ୍କ ପାଖରେ ମୋବାଇଲ ରହିଥିଲା । ସମସ୍ତେ ପରସ୍ପରଠାରୁ କପି କରି ପରୀକ୍ଷା ଦେଉଥିଲେ ।

ତେବେ ଭିଡିଓରେ କିଛି ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ବାରମ୍ବାର ଦେଖୁଥିଲେ । ସେଥିରେ କଲେଜର ନାମ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ପିଲାମାନେ ଖୁବ୍ ଆରାମରେ ବସି, ଗୋଡ଼ ଲମ୍ବାଇ ପରୀକ୍ଷା ଦେଉଥିଲେ । ଏହି ଭାଇରାଲ ଭିଡିଓ ବିହାରର ଶିକ୍ଷା ବ୍ୟବସ୍ଥା ପ୍ରତି ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନକଲକାରୀଙ୍କ ପ୍ରତି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହା ବୃଦ୍ଧି ପାଉଥିବା କୁହାଯାଉଛି ।

Get real time updates directly on you device, subscribe now.