fbpx
BJD SKY
BJD SKY

ଖୁବଶୀଘ୍ର ଭାଙ୍ଗିଯିବ ସିନ୍ଦେ ସରକାର, ମହାରାଷ୍ଟ୍ରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଆଦିତ୍ୟ ଠାକରେ

BJD

ମୁମ୍ବାଇ: ମହାରାଷ୍ଟ୍ରରେ ଖୁବଶୀଘ୍ର ଭାଙ୍ଗିଯିବ ବିଜେପି-ସିନ୍ଦେଙ୍କ ସରକାର । ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବଶୀଘ୍ର ଭାଙ୍ଗିଯିବ । ଏବଂ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ।

ଶିବ ସମ୍ବାଦ ଯାତ୍ରାର ତୃତୀୟ ଦିନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏକ ସଭାରେ ଆଦିତ୍ୟ ଠାକରେ ଏହା ମଧ୍ୟ କହିଥିଲେ ଯେ ଶିବସେନାର ବିଦ୍ରୋହୀ ବିଧାୟକ ତାଙ୍କ ପିତାଙ୍କ ଏବଂ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେହି ସମୟରେ ଧୋକା ଦେଇଥିଲେ, ଯେତେବେଳେ ସେ ଅସୁସ୍ଥ ଥିଲେ । ଆଉ ଏକନାଥ ସିନ୍ଦେଙ୍କ ନେତୃତ୍ୱଧାନୀ ଶିବସେନାର ବିଦ୍ରୋହୀ ନେତାଙ୍କ ସହ ସାମିଲ ହୋଇଥିଲେ ।

ଆଦିତ୍ୟ ଠାକରେ କହିଥିଲେ ଯେ ଆମେ ଅନେକ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ବହୁତ କିଛି କରିଛୁ । କିନ୍ତୁ ଏହା କାନ୍ଦିବାର ସମୟ ନୁହେଁ ଏହା ଲଢ଼ିବାର ସମୟ । ସେ କହିଥିଲେ ରାଜ୍ୟରେ ଗତ କିଛି ଦିନରୁ ବର୍ଷାଯୋଗୁଁ ଅନେକ ଲୋକ ଜୀବନ ହରାଇଛନ୍ତି, କିନ୍ତୁ ସରକାର କେବଳ ଦୁଇ ଜଣଙ୍କ ଦ୍ୱାରା ପରିଚାଳିତ ହେଉଛି ।

ଠାକରେ ୪୦ ବିଦ୍ରୋହୀ ବିଧାୟକଙ୍କ ବେଇମାନ ବୋଲି କହିଛନ୍ତି, ଯେଉଁମାନେ ଶିବସେନାକୁ ବିଭାଜିତ କରିବା ପାଇଁ ସେହି ସମୟରେ ଷଡ଼ଯନ୍ତ୍ର ରଚିଥିଲେ, ଯେତେବେଳେ ତାଙ୍କ ବାପା ଅସୁସ୍ଥ ଥିଲେ ଏବଂ କରୋନା ମହାମାରୀ ବିରୋଧରେ ଲଢ଼େଇର ନେତୃତ୍ୱ ନେଉଥିଲେ ।

Get real time updates directly on you device, subscribe now.