fbpx

OPGCରେ ବାହାରିଲା ଅନେକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ପିଲାମାନଙ୍କ ଏକ ନୂଆ ସୁଯୋଗ ଆସିଛି । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ । ଏଥିରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀ ରହିଛି । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ରହିଛି ଅଗଷ୍ଟ ମାସ ୩ ତାରିଖ ।

ଏହି ବିଜ୍ଞପ୍ତିରେ ମୋଟ ୬ଟି ପଦବୀ ବାହାରିଛି । ଡେପୁଟି ଜେନେରାଲ ମ୍ୟାନେଜର- ବଏଲର ଆଣ୍ଡ ଆଗଜୁଲାରିଜ, ଡେପୁଟି ଜେନେରାଲ ମ୍ୟାନେଜର- କୋଲ ହାଣ୍ଡଲିଂ ପ୍ଲାଣ୍ଟ- ସିଏଚପି, ଡେପୁଟି ଜେନେରାଲ ମ୍ୟାନେଜର- ମେରି ଗୋ ରାଉଣ୍ଡ- ଏମଜିଆର, ମ୍ୟାନେଜର-ସିଭିଲ, ମ୍ୟାନେଜର- କମର୍ସିଆଲ ଆଣ୍ଡ ରେଗୁଲେଟୋରୀ ଆଫେୟାର୍ସ- ସିଆଣ୍ଡଆରଏ, ମ୍ୟାନେଜର-ଲେଗାଲ ଆଦି ପଦବୀ ରହିଛି ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୧୩.୦୭.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୦୩.୦୮.୨୦୨୨

ହାର୍ଡ କପି ପଠାଇବାର ଅନ୍ତିମ ତାରିଖ: ୧୦.୦୮.୨୦୨୨

ଅନଲାଇନ ରେଜିଷ୍ଟ୍ରେସନ ଲିଙ୍କ: https://opgc.co.in/opgc_recruitment/frmCareeer.aspx

ଲଗ୍ ଇନ୍ ଲିଙ୍କ: https://opgc.co.in/opgc_recruitment/frmAppLogin.aspx

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-OPGC-Manager-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://www.opgc.co.in/

Get real time updates directly on you device, subscribe now.