ପଡିଆରେ ଫ୍ଲାଇଙ୍ଗ ଜ୍ୟାଟ ପାଲଟିଗଲେ ନିକୋଲାସ ପୁରନ: ଭିଡିଓ ଦେଖି ମନେ ପଡିଯିବେ ଜଣ୍ଟି ରୋଡ୍ସ, ମହମ୍ମଦ କୈଫ

ନୂଆଦିଲ୍ଲୀ: କ୍ରିକେଟର କୌଣସି ବି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ଭଲ ବ୍ୟାଟିଂ ଏବଂ ବୋଲିଂ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାବ୍ୟତୀତ ଖେଳାଳୀମାନଙ୍କର ଜବରଦସ୍ତ ଫିଲ୍ଡିଂ ମଧ୍ୟ ଦଳକୁ ବିଜୟୀ କରାଏ । ତେବେ ଏହି ଫିଲ୍ଡିଂ କଥା ଉଠିଲେ ସାଉଥ ଆଫ୍ରିକାର ଷ୍ଟାର ପ୍ଲେୟର ଜଣ୍ଟି ରୋଡସଙ୍କ ସମେତ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଏବଂ ସୁରେଶ ରାଇନାଙ୍କ ସହିତ ରବିନ୍ଦ୍ର ଜାଡେଜା ମଧ୍ୟ କ୍ରିକେଟ ଦୁନିଆରେ ନୂଆ ପରିଚୟ ପାଇଛନ୍ତି । ତେବେ ଏହି ଫିଲ୍ଡିଂର ଆଉ ଏକ ସୁନ୍ଦର ନମୁନା ଦେଖିବାକୁ ମିଳିଛି ଭାରତ-ୱେଷ୍ଟିଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ । ଏହି ମ୍ୟାଚ ୱେଷ୍ଟ ଇଣ୍ଡିଜର ହାତଛଡା ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନ କିଣି ନେଇଛନ୍ତି ଦଳର ଅଧିନାୟକ ନିକୋଲାସ ପୁରନ । ଏକ ଦମଦାର ଫିଲ୍ଡିଂ କରି ସେ ସମସ୍ତଙ୍କୁ ନିଜ ଦିୱାନା ବନାଇ ଦେଇଛନ୍ତି ।

ଗତକାଲି ମ୍ୟାଚର ଏକ ଭିଡିଓକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ପୁରନଙ୍କର ଫ୍ଲାଇଙ୍ଗ ଜ୍ୟାଟ ଅବତାର ଦେଖିବାକୁ ମିଳିଛି । ଡାଇଭ ମାରି ଇଣ୍ଡିଆନ ବ୍ୟାଟ୍ସମ୍ୟାନଙ୍କୁ ରନ ଆଉଟ କରିବା ପାଇଁ ଚେଷ୍ଟା କରୁଛନ୍ତି ପୁରନ । ତେବେ ଏହି ଚେଷ୍ଟା ତାଙ୍କର ବିଫଳ ହୋଇଛି ସତ, କିନ୍ତୁ ତାଙ୍କର ଏହି ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପୁରନଙ୍କ ଏହି ଡାଇଭରେ କ୍ରୀଡାପ୍ରେମୀମାନଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ଫିଲ୍ଡର ଜଣ୍ଟି ରୋଡ୍ସ ଏବଂ ମହମ୍ମଦ କୈଫଙ୍କ କଥା ମନେ ପଡିଯାଇଛି ।

 

View this post on Instagram

 

A post shared by WINDIES Cricket (@windiescricket)

ଫିଲ୍ଡିଂର ଏହି ଚମତ୍କାର ପ୍ରଦର୍ଶନ ପୂର୍ବରୁ ବ୍ୟାଟିଂରେ ସେ ନିଜ ରୁଦ୍ର ରୂପ ଦେଖାଇଥିଲେ । ୭୭ ବଲରୁ ୭୪ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ଅଧିନାୟକ । ଏଥିରେ ଗୋଟିଏ ଚୌକା ସହ ୬ଟି ଛକା ସାମିଲ ଥିଲା । ବ୍ୟାଟିଂ ଏବଂ ଫିଲ୍ଡିଂରେ ପୁରନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପରେ ମଧ୍ୟ ଦଳକୁ ୨ ୱିକେଟରେ ପରାସ୍ତ ହେବାକୁ ପଡିଛି । ଏହାସହିତ ସିରିଜ ମଧ୍ୟ ହାତଛଡା କରିଛି ୱେଷ୍ଟଇଣ୍ଡିଜ ।