fbpx
BJD SKY
BJD SKY

ନ୍ୟୁଡ୍ ଫଟୋସୁଟ୍ କୁ ନେଇ ବିବାଦରେ ଇନ୍ସପେକ୍ଟର ‘ସିମ୍ବା’, ଏବେ ପୋଲିସରେ ହେଲା ମାମଲା

BJD

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଯେବେଠାରୁ ନ୍ୟୁଡ୍ ଫଟୋସୁଟ୍ କରାଇଛନ୍ତି ସେବେଠାରୁ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପ୍ରଥମେ ତାଙ୍କର ଫଟୋ ଭାଇରାଲ ହେବା, ପରେ ମିମ୍, ରଣବୀରଙ୍କ ପତ୍ନୀ ଦୀପିକାଙ୍କ ରିଆକ୍ସନ ଏବଂ ପୁଣି ସେଲିବ୍ରିଟି ମଧ୍ୟ ଆକ୍ଟରଙ୍କ ନ୍ୟୁଡ୍ ଫଟୋ ଉପରେ ରାୟ । ଆଉ ଏବେ ରଣବୀର ସିଂହଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଏକ ମାମଲା ରୁଜୁ ହୋଇଛି ।

ପୋଲିସକୁ ମିଳିଥିବା ଅଭିଯୋଗ ଅନୂଯାୟୀଙ୍କ ରଣବୀରଙ୍କ ଉପରେ ମହିଳାଙ୍କ ଭାବନାକୁ ଆହତ କରାଯାଇଥିବା ନେଇ ଅଭିଯୋଗ ଲଗାଯାଇଛି । ରଣବୀରଙ୍କ ନ୍ୟୁଡ୍ ଫଟୋସୁଟ୍ ଫଟୋ ସାମ୍ନାକୁ ଆସିବା ପରଠାରୁ ହିଁ ସେ ବିବାଦରେ ଅଛନ୍ତି । ଏହି ଫଟୋସୁଟ୍ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟୀର ମହାରାଷ୍ଟ୍ର ମୁଖ୍ୟ ଅବୁ ଆଜମୀ ଟ୍ୱିଟ୍ କରି ରଣବୀର ସିଂହଙ୍କ ଏହି ଫଟୋସୁଟ୍ ଉପରେ ପ୍ରଶ୍ନ ଉଠାଇ ହିଜାବ ପିନ୍ଧିବା ପ୍ରସଙ୍ଗକୁ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରଣବୀରଙ୍କ ନ୍ୟୁଡ୍ ଫଟୋସୁଟ୍ କୁ ନେଇ ଜଣକ ପରେ ଜଣେ ସେଲିବ୍ରିଟି ନିଜର ପ୍ରତିକ୍ରିୟା ଦେବା ସହ ତାଙ୍କୁ ସପୋର୍ଟ କରୁଛନ୍ତି । ଅର୍ଜୁନ କପୁର, ଦୀପିକା ପାଦୁକୋଣ, ପୁନମ ପାଣ୍ଡେ, ଆଲିଆ ଭଟ୍ଟ ମଧ୍ୟ ରଣବୀର ଫଟୋସୁଟ୍ କୁ ନେଇ ପ୍ରତିକ୍ରିୟା ଦେବା ସହ ଏହା ରଣବୀରଙ୍କ ଇଚ୍ଛା ବୋଲି କହିଛନ୍ତି ।

ପୂର୍ବରୁ ରଣବୀର କପୁର ମଧ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଲୋକଙ୍କ ପ୍ରତିକ୍ରିୟାକୁ ନେଇ କିଛି ଫରକ ପଡ଼ୁନାହିଁ । ତାଙ୍କୁ ଯାହା ପସନ୍ଦ ସେ କରିବେ, ସେୟା ଖାଇବେ, ସେୟା ପିନ୍ଧିବେ ଲୋକଙ୍କୁ ଏଥିରେ ଖରାପ ଲାଗିଲେ ଏହା ସେମାନଙ୍କ ଅସୁବିଧା ।

Get real time updates directly on you device, subscribe now.