fbpx
BJD SKY
BJD SKY

‘ପାରାଙ୍କ ବିଦ୍ୟୁତ ଜମୱାଲ’! ଚଢେଇର ଏହି କାରନାମା ଦେଖି ଦେଖଣାହାରୀ ଦେଲେ ଏମିତି ନାଁ

BJD

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏସବୁ ଭିଡିଓ ଭିତରୁ ବିଶେଷ କରି ଛୋଟ ପିଲା ଏବଂ ପଶୁପକ୍ଷୀମାନଙ୍କର ନଟଖଟ ଅନ୍ଦାଜ ଏବଂ କିଛି ଭିନ୍ନ କରିବାର ପ୍ରୟାସ ଅଧିକାଂଶ ଲୋକଙ୍କୁ ଆକର୍ଷିତ କରିଥାଏ। ତେବେ ସେହିଭଳି ଏକ ପାରାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କ୍ୟାମେରା ଆଗରେ ଏହି ଚଢେଇ ଏମିତି କିଛି କାରନାମା କରି ଦେଇଛି ଯେ, ଦେଖଣାହାରୀ ଏହାକୁ ପାରାଙ୍କ ବିଦ୍ୟୁତ ଜମୱାଲ ବୋଲି କହିଛନ୍ତି।

ଏହି ଭିଡିଓରେ ପାରା ବ୍ୟାକଫ୍ଲିପ କରୁଥିବା ଦେଖିବାକୁ ମିଳିଛି। ଧିରେ ଧିରେ ନିଜ ଡେଣାକୁ ଖୋଲି ଦୁଇ ପଞ୍ଝାକୁ ଆଗ ପଛ କରି ଅଚାନକ ବ୍ୟାକଫ୍ଲିପ କରୁଥିବା ଭିଡିଓରେ ଦେଖାଯାଇଛି। ତେବେ ଥରେ ନୁହେଁ, ଏମିତି ଲଗାତାର ସେ ବ୍ୟାକ ଟୁ ବ୍ୟାକ ବ୍ୟାକଫ୍ଲିପ ମାରିଥିବାର ଏହି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅନେକ ଗୁଡିଏ ପାରା ରହିଥିଲେ ବି ସମସ୍ତଙ୍କ ନଜର ଏହି ଧଳା ଏବଂ ନୀଳ ରଙ୍ଗର ଏହି ପାରା ଆଡକୁ ଟାଣି ହୋଇ ଯାଇଛି। ଦେଖଣାହାରୀ ଏହାକୁ ଦେଖି ଖୁବ ମଜା ଲୁଟି ଚାଲିଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ତେବେ କିଛି ଲୋକ ଏହି ପାରାକୁ ବଲିଉଡ ଆକ୍ସନ ଷ୍ଟାରଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। କିଛି ଲୋକ ଏହାକୁ ପାରାଙ୍କ ଟାଇଗର ଶ୍ରଫ କହିଥିବା ବେଳେ ଆଉ କିଛି ଲୋକ ଏହାକୁ ପାରାଙ୍କ ବିଦ୍ୟୁତ ଜମୱାଲ ବୋଲି ମଧ୍ୟ କହିଛନ୍ତି। ସିନେମାରେ ଟାଇଗର ଏବଂ ବିଦ୍ୟୁତ କରୁଥିବା ଷ୍ଟଣ୍ଟକୁ ପାରା ଖୁବ ଷ୍ଟାଇଲରେ କରିତିବାରୁ ତା’କୁ ଏଭଳି ନାଁ ଦେଇଛନ୍ତି ଦେଖଣାହାରୀ।

Get real time updates directly on you device, subscribe now.