fbpx
BJD SKY
BJD SKY

ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତହାତୀର ମୃତ୍ୟୁ, ଦେହରେ ବାଜିଥିଲା ୬ ଟି ଗୁଳି

BJD

କଟକ: ଶେଷରେ ଗୁଳିମାଡ଼ରେ ଆଉ ଏକ ଦନ୍ତାହତୀର ମୃତ୍ୟୁ ଘଟିଛି । ଦେହରେ ୬ ଟି ଗୁଳିବାଜିଥିବାରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି, ଜଙ୍ଗଲରେ ହୋଇଛି ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ । ବଡ଼କଥା ହେଉଛି ଏହି ହାତୀଟିର ପୁଣି ସେହି ଅଞ୍ଚଳରେ ମୃତ୍ୟୁ ହୋଇଛି ଯେଉଁଠାରେ ପୂର୍ବରୁ ଗୁଳିମାଡ଼ରେ ଏକ ହାତୀର ମୃତ୍ୟୁ ହୋଇଥିଲା ।

ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଆଠଗଡ଼ ବନଖଣ୍ଡ ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଦନ୍ତାହାତୀ ଦେହରେ ୬ ଟି ଗୁଳି ବାଜିଥିଲା ।

ସୂଚନାମୁତାବକ, ତିନି-ଚାରି ଦିନ ହେବ ହାତୀଟି ଗୁଳି ଖାଇ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିଲା । ଖବର ପାଇ ବନବିଭାଗ ପକ୍ଷ ରୁ ହାତୀ ଟିକୁ କାବୁ କରିବା ପାଇଁ ଉଦ୍ୟମ ହୋଇଥିଲା। ଦୁଇ ଥର ଟ୍ରାଙ୍କୁଲାଇଜ୍ କରି ବିଫଳ ହେବା ପରେ ଗୁରୁବାର ହାତୀଟିକୁ ନରସିଂହପୁର ପଶ୍ଚିମ ବନଖଣ୍ଡ ଅଧୀନ ବାରସିଂଗା ଜଙ୍ଗଲ ରେ କାବୁ କରାଯାଇଥିଲା । କାବୁ କରିବାପରେ ସାତକୋଶିଆ ୱାଇଲ୍ଡ ଲାଇଫ ର ଡାକ୍ତରି ଟିମ୍ ହାତୀ ଟିର ଚିକିତ୍ସା ଆରମ୍ଭ କରିଥିଲେ।

Get real time updates directly on you device, subscribe now.