fbpx

ବଢୁଥିବା କୋଲେଷ୍ଟ୍ରଲକୁ କମାଇବାକୁ ଚାହୁଁଛନ୍ତି କି? ଏବେହିଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଖରାପ ଜୀବନ ଶୌଳୀ ହେତୁ ଆଜିର ସମୟରେ କୋଲେଷ୍ଟ୍ରଲ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଶରୀରରେ ଅଧିକ କୋଲେଷ୍ଟ୍ରଲ ହୃଦଘାତ, ମଧୁମେୟ,ଉଚ୍ଚ ରକ୍ତଚାପ ଭଳି ରୋଗ ହେବାର ଆଶଙ୍କାକୁ ବଢାଇଥାଏ । ତେବେ ଏହାର ପରିମାଣ ବୃଦ୍ଧି ହେଲେ ଏହା ହୃଦୟ ଉପରେ ଚାପ ପକାଇବା ସହ ଶରୀରର ଅନ୍ୟାନ୍ୟ ଜରୁରୀ ଅଙ୍ଗ ଉପରେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ରହିଥାଏ । ଏପରି ପରିସ୍ଥିତିରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇଯାଏ । ତେବେ ଆପଣଙ୍କ ଜୀବନ ଶୌଳୀରେ ଟିକିଏ ପରିବର୍ତ୍ତନ ଓ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି ବଢୁଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ । ବର୍ତ୍ତମାନ ଚାଲନ୍ତୁ ଜାଣିବା କଣ ସେହି ଘରୋଇ ଉପଚାର ।

ଅଳସୀ ପାଉଡର (ଫ୍ଲାକ୍ସ ସିଡସ୍): ଅଳସୀ ମଞ୍ଜିରେ ଲିନୋଲେନିକ୍ ଏସିଡ୍ ଏବଂ ଓମେଗା ଫ୍ୟାଟି ଏସିଡ୍ ରହିଥାଏ । ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବୃଦ୍ଧିର ଆଶଙ୍କା କମିଥାଏ ।ଆପଣ ଏହାକୁ କ୍ଷୀର କିମ୍ବା ଗରମ ପାଣିରେ ମିଶାଇ ଖାଇପାରିବେ । ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଆପଣଙ୍କ ହଜମ ପ୍ରକ୍ରିୟା ସହିତ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ ।

ରସୁଣର ବ୍ୟବହାର: ପ୍ରତ୍ୟେକ ଘରେ ରଣୁସ ଥିବା ଏକ ସାଧାରଣ କଥା । କିନ୍ତୁ ରସୁଣରେ ଚମକ୍ରାର ଆୟୁର୍ବେଦିକ ଗୁଣ ରହିଥାଏ । ଏଥିରେ ଆଲିସିନ୍ ନାମକ ଏକ ଯୌଗିକ ଥାଏ । ଯାହା କୋଷ୍ଟ୍ରେଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତଚାପ ଏବଂ ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ତେବେ ଆପଣ ପ୍ରତ୍ୟେକ ଦିନ ଚୋପାଥିବା ରସୁଣ କିମ୍ବା ରସୁଣ ଚାହା ପିଇ ପାରିବେ ।

ଲେମ୍ବୁ: ଲେମ୍ବୁକୁ ଭିଟାମିନ୍ ସି ର ଏକ ଉକ୍ରୃଷ୍ଟ ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସଂକ୍ରମଣକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ । ଡାକ୍ତର ମାନଙ୍କ କହିବା ଅନୁଯାୟୀ ଲେମ୍ବୁ କୁ ନିୟମିତ ଖାଇବା ଦ୍ୱାରା ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଖରାପ କେଲେଷ୍ଟ୍ରଲ ତଥା ହଜମ ପ୍ରକ୍ରିୟା ମାଧ୍ୟମରେ ଶରୀରରୁ ବାହାରିଥାଏ । ଯେଉଁଥିପାଇଁ ଶରୀର ସୁସ୍ଥ ରହିଥାଏ ।

ଅଖରୋଡରେ ଥାଏ ପୋଶକ ତତ୍ତ୍ୱ : ଅଖରୋଡରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ, ଓମେଗା-୩, ଫାଇବର ଭଳି ପୋସକ ତତ୍ତ୍ୱ ରହିଥାଏ । ତେବେ ଡାକ୍ତରମାନେ କୁହନ୍ତି ଯେ ପ୍ରତ୍ୟେକ ଦିନ ସକାଳୁ ୩ରୁ ୪ ଟି ଅଖରୋଡ ଖାଇବା ଦ୍ୱାରା ରକ୍ତରେ ଜମା ହୋଇଥିବା କୋଲେଷ୍ଟ୍ରଲ ତରଳିବା ଆରମ୍ଭ କରେ । ଯାହା ଦ୍ୱାରା ଶରୀରରେ ବଢୁଥିବା କଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।

ଓଟସ୍ କମ୍ କରେ କୋଲେଷ୍ଟ୍ରଲ: ବୌଜ୍ଞାନିକମାନଙ୍କ ରିସର୍ଚ୍ଚରୁ ଏହା ଜଣା ପଡିଛି ଯେ ଯଦି ପ୍ରାୟ ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଓଟସ୍ ଖିଆଯାଏ ତେବେ କୋଲେଷ୍ଟ୍ରଲର ମାତ୍ରାକୁ ୫ ପ୍ରତିଶତ ପ ର୍ଯ୍ୟନ୍ତ କମ୍ କରାଯାଇ ପାରିବ । ଏଥିରେ ଥିବା ବିଟା ଗ୍ଲୁକାନ୍ ନାମକ ମୋଟା ଷ୍ଟିକ୍ ପଦାର୍ଥ ଆମ ଅନ୍ତନଳୀକୁ ସଫା କରିଥାଏ । ଯେଉଁ କାରଣରୁ ଖରାପ କୋଲେଷ୍ଟ୍ରଲ ଶରୀରରେ ଜମା ହୋଇ ନଥାଏ ।

Get real time updates directly on you device, subscribe now.