କଟକ: ପୁର୍ବତ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସମ୍ପତ୍ତି ଆଟାଚ୍ ହୋଇଛି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା ମିଳିଛି। ଏହା ସହିତ କଟକ ଏସବିଆଇ ବ୍ୟାଙ୍କ୍ରେ ଥିବା ୫ ଲକ୍ଷ ବ୍ୟାଙ୍କ ବାଲାନ୍ସ ମଧ୍ୟ ଆଟାଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ଆଧାରରେ ସମ୍ପତ୍ତି ଆଟାଚ୍ ହୋଇଛି। ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ED has provisionally attached movable as well as immovable assets worth Rs.3,92,20,000/- belonging to Pravat Ranjan Biswal, erstwhile MLA, Cuttack & Media Guru Consultants Pvt. Ltd under PMLA,2002 in a ponzy scam case. With this, total attachment in this case is now Rs.261.92 Cr.
— ED (@dir_ed) July 30, 2022
ତେବେ ଏହି ବିଷୟରେ ପ୍ରଭାତ କହିଛନ୍ତି ଏସବିଆଇରେ ୨୫ ଲକ୍ଷ ଟଙ୍କା ଡିପୋଜିଟ ଥିଲା । ଏହାବାଦ୍ ତାଙ୍କର କୌଣସି ସମ୍ପତ୍ତି ନଥିବା କଥା ସେ କହିଛନ୍ତି । ୩ କୋଟି ୯୨ ଲକ୍ଷ ଲୋନ୍ ଟଙ୍କା ଅଟେ । ତାଙ୍କ ଲୋନ୍ର ୨୫ ଲକ୍ଷ ଟଙ୍କା ଏସବିଆଇ ବ୍ୟାଙ୍କରେ ଡିପୋଜିଟ୍ ଥିଲା । ଯାହାକୁ ଜାମିନ ବାବଦକୁ ଇଡି ବ୍ୟାଙ୍କ୍କୁ କହି ଜବତ କରିଥାଇପାରେ ବୋଲି ପ୍ରଭାତ କହିଛନ୍ତି ।
ଅନ୍ୟପଟେ ପ୍ରଭାତଙ୍କ ପୁଅ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ଯେ, ସେ ଏ ବିଷୟରେ କୌଣିସ ସୂଚନା କିମ୍ବା ଚିଠି ପାଇ ନାହାନ୍ତି । ଏହି ବିଷୟରେ ଅଧିକ କୌଣସି ତଥ୍ୟ ତାଙ୍କ ପାଖରେ ନଥିବା ମଧ୍ୟ ସେ କହିଛନ୍ତି । ତେବେ ଗତକାଲି ଇଡି ପକ୍ଷରୁ ପ୍ରଭାତଙ୍କ ଘରକୁ ଚିଠି କରି ତାଙ୍କର ଫ୍ରିଜ୍ ହୋଇଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଥିବା ସୂଚନା ଦିଆଯାଇଥିବା ତାଙ୍କ ପତ୍ନୀ ଲକ୍ଷ୍ମି ବିଳାଶିନୀ ବିଶ୍ୱାଳ ସୂଚନା ଦେଇଛନ୍ତି ।